bitcoin
Bitcoin (BTC) 2,252,518.74 0.79%
ethereum
Ethereum (ETH) 138,649.26 1.28%
tether
Tether (USDT) 77.71 0.01%
usd-coin
USD Coin (USDC) 77.71 0.01%
bnb
BNB (BNB) 23,615.15 1.33%
xrp
XRP (XRP) 29.95 2.65%
binance-usd
Binance USD (BUSD) 77.87 0.08%
cardano
Cardano (ADA) 35.83 2.10%
solana
Solana (SOL) 3,266.79 1.55%
dogecoin
Dogecoin (DOGE) 6.37 3.99%

କୃଷି ଓ କୃଷକଙ୍କ ବିକାଶ ଲକ୍ଷ୍ୟ: ଆରମ୍ଭ ହେବ ୫ ନୂଆ ଯୋଜନା

ଭୁବନେଶ୍ୱର: କୃଷିର ବିକାଶ ପାଇଁ ରାଜ୍ୟ ସରକାର ନେବାକୁ ଯାଉଛନ୍ତି କିଛି ନୂଆ ପଦକ୍ଷେପ। ଚଳିତ ବର୍ଷ ରାଜ୍ୟ ସରକାର କେତୋଟି ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ଚିନ୍ତା କରିଛନ୍ତି। ସ୍ୱତନ୍ତ୍ର ଭାବେ ପଣସ ମିଶନ, ବିହନ ବିବିିଧିକରଣ (କ୍ରପ୍‍ ଡାଇଭରସିଫିକେସନ୍‍), ସଏଲ୍‍ ଜନ୍‍ଜରଭେସନ୍‍ ରିୱାର୍ଡ ସ୍କିମ୍‍, ମିଲେଟ ମିଶନ, ଆଳୁ, ପିଆଜ ମିଶନ୍‍ ପାଇଁ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି।

ଚଳିତ ବର୍ଷ ମିଲେଟକୁ ଗୁରୁତ୍ୱ ଦେଉଛି କୃଷି ବିଭାଗ। ଏଥିପାଇଁ ଆସନ୍ତା ୬ ବର୍ଷକୁ ନେଇ ସ୍ୱତନ୍ତ୍ର ଯୋଜନା ବି ପ୍ରଣୟନ କରାଯାଉଛି। ଯେଉଁଥିରେ ପାଖାପାଖି ୨୮୦୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ମିଲେଟ ପ୍ରତି ଚାଷୀଙ୍କର ଆଗ୍ରହ ବଢ଼଼଼ାଇବା ପାଇଁ ଆଗାମୀ ୫ ବର୍ଷ ଭିତରେ ବିଭାଗ ପାଖାପାଖି ୨୫ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କେବଳ ସେତିକି ନୁହେଁ ମିଲେଟର ବ୍ୟବସାୟୀକରଣ କରିବା ପାଇଁ ୨୫୦ରୁ ୩୦୦ଟି ଛୋଟ ୟୁନିଟ କରାଯିବ। ହେକ୍ଟର ପିଛା ୧୮ରୁ ୨୦ କୁଇଣ୍ଟାଲ ମିଲେଟ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରାଯିବ। ସେହିପରି ମିଲେଟ କ୍ରୟ ପାଇଁ ୫୬୮ଟି କଷ୍ଟମ ହାୟାରିଂ ସେଣ୍ଟର ପ୍ରତିଷ୍ଠା କରାଯିବ। ୮୦୦ଟି ସଫଳ ମିଲେଟ ଖାଦ୍ୟ କମ୍ପାନୀ ନିର୍ମାଣ ହେବ।

ଆସନ୍ତା ଦିନରେ ସବୁ ବ୍ଲକରେ ଏଥିପାଇଁ ଗୋଟିଏ ଲେଖାଏଁ ଏଫ୍‍ପିଓ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ୧୪୨ଟି ଏଫ୍‍ପିଓ ନିର୍ମାଣ ହେବ। ସେହିପରି ଆସନ୍ତା ୫ ବର୍ଷରେ ଟିଡ୍‍କଲ ସହାୟତାରେ ପାଖାପାଖି ୧୦ରୁ ୧୩ ଲକ୍ଷ କ୍ୱିଣ୍ଟାଲ ରାଗି ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏସବୁଛଡା ୫୦ ଲକ୍ଷ ରାସନ କାର୍ଡ ହିତାଧିକାରୀଙ୍କୁ ପିଡିଏସ୍‍ ଅଧୀନରେ ମିଲେଟ ପ୍ରଦାନ କରିବାକୁ ଚିନ୍ତା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ମିଲେଟ୍‍ର ଉନ୍ନତି ପାଇଁ ୨୦୨୧-୨୨ରେ କୃଷି ବିଭାଗ ୧୯୮୮୬.୨୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୨୦୨୨-୨୩ ପାଇଁ ୩୬୧୮୩.୯୪, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୪୯୭୦୪.୭୪ ଲକ୍ଷ, ୨୦୨୪-୨୫ ପାଇଁ ୫୩୭୮୦.୧୨ ଲକ୍ଷ, ୨୦୨୫-୨୬ରେ ୫୮୩୪୭.୮୫ ଲକ୍ଷ, ୨୦୨୬-୨୭ରେ ୬୨୪୩୬.୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ମିଲେଟ୍‍ ଭଳି ଚଳିତ ବର୍ଷ ସରକାର ପଣସକୁ ବି ସମାନ ଭାବେ ଗୁରୁତ୍ୱ ଦେବାକୁ ଚିନ୍ତା କରିଛନ୍ତି। ପଣସକୁ ବ୍ରାଣ୍ଡିଂ କରିବାଠାରୁ ଆରମ୍ଭ କରି ଏହାର ଉତ୍ପାଦନ ବୃଦ୍ଧି କରିବା ପାଇଁ ପାଖାପାଖି ୬୬.୯୧ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ୧୩ ହଜାର ୨୦୦ ହେକ୍ଟର ଜାଗାରେ ପଣସ ଚାଷ କରାଯାଉଥିବା ବେଳେ ଆଗାମୀ ୬ ବର୍ଷରେ ଆଉ ଅଧିକ ୧ ହଜାର ହେକ୍ଟର ଜାଗାରେ ଏହାକୁ ବୃଦ୍ଧି କରାଯିବ। ସେହିପରି ୨୬ଟି ରୁଟରେ କୋଲ୍ଡଚେନ୍‍ ଦ୍ୱାରା ଏହାର ବିକ୍ରିବଟା କରାଯିବ। ସ୍ୱତନ୍ତ୍ର ଭାବେ ଓଡ଼ିଶା ପଣସକୁ ବ୍ରାଣ୍ଡିଂ କରାଯିବା ସହ ଏଥିପାଇଁ ସ୍ୱତନ୍ତ୍ର ମେଳା ଆୟୋଜିତ କରିବାକୁ ବିଭାଗ ଚିନ୍ତା କରୁଛି। ଓପିଲେପ, ମିଶନ୍‍ ଶକ୍ତି ଓ ଓରମାସ୍‍ ସହାୟତାରେ ଏହାର ବ୍ୟବସାୟୀକରଣ କରାଯିବ।

ସେହିପରି ଚଳିତ ବର୍ଷ ବିଭାଗ ବିହନ ବିବିଧିକରଣ ଓ ମୃତ୍ତିକା ସଂରକ୍ଷଣ ପାଇଁ ଦୁଇଟି ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି। ଚାଷୀମାନଙ୍କୁ ଧାନ ବ୍ୟତୀତ ଅନ୍ୟାନ୍ୟ ବିହନ ଚାଷ ପାଇଁ ପ୍ରୋତ୍ସାହିତ କରାଯିବ। ଯାହାଦ୍ୱାରା ଚାଷୀ ପୂର୍ବାପେକ୍ଷା ଅଧିକ ଲାଭବାନ ହେବେ। ସେହିପରି ସଏଲ୍‍ କନ୍‍ଜରଭେସନ୍‍ ରିୱାର୍ଡ ସ୍କିମ୍‍ରେ ଚାଷୀଙ୍କୁ ଜୈବିକ ଖତର ଚାଷ ପାଇଁ ପ୍ରୋତ୍ସାହିତ କରାଯିବ। ଏଥିପାଇଁ ବିଶ୍ୱବ୍ୟାଙ୍କ ସହାୟତା କରିବ। ଜୈବିକ ଖତ ଉପରେ ଭରସା କରି ଚାଷ କରୁଥିବା ଚାଷୀଙ୍କୁ ୫ କୋଟି ଟଙ୍କା ଯାଏଁ ପୁରସ୍କାର ଦିଆଯିବାକୁ ପ୍ରବଧାନ ରଖାଯାଇଥିବା ବେଳେ ଏଥିପାଇଁ ରାଜ୍ୟ ୩୦% ଓ କେନ୍ଦ୍ର ୭୦ % ଭାବେ ଆର୍ଥିକ ସହାୟତା ଦେବେ। ଏସବୁ ବ୍ୟତୀତ ସରକାର ସ୍ୱତନ୍ତ୍ର ଭାବେ ଆଳୁ ଓ ପିଆଜ ମିଶନ୍‍ର ଅଭିବୃଦ୍ଧି ପାଇଁ ନୂତନ ଯୋଜନା ପ୍ରଣୟନ କରୁଛନ୍ତି। ଆଳୁ ଓ ପିଆଜ ଚାଷର ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଚାଷୀଙ୍କୁ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ଦେବାକୁ ଚିନ୍ତା କରାଯାଉଛି।

Leave a comment