ରକ୍ତ ସମ୍ପର୍କରେ ରକ୍ତର ଛିଟା : ବଡଭାଇ-ଭାଉଜକୁ କଟୁରିରେ ହାଣି ହତ୍ୟା କରିବା ପରେ, ୩ପିଲାଙ୍କୁ ବି ଛାଡିଲାନି ଦାଦା

ମାହାଙ୍ଗା : ଜମିବାଡି ବିବାଦ ଯେ କେତେ ଉଗ୍ରରୂପ ଧାରଣ କରିପାରେ ତାହା ମାହାଙ୍ଗା କୁସୁପୁର ଘଟଣାରୁ ଜଣାପଡୁଛି। ଭାଇ ଭାଇ ମଧ୍ୟ ଲାଗିଥିବା ଜମିବାଡି ବିବାଦ ପାଇଁ କିପରତି ଗୋଟିଏ ଭାଇ ଗଣହତ୍ୟା କରିପାରେ ତାହା ଭାବିବା ବେଳେ ଦେହ ଶିତେଇ ଉଠିବା ମଧ୍ୟ ସ୍ବଭାବିକ। ରକ୍ତ ସମ୍ପର୍କକୁ ଭୁଲି ସାନ ଭାଇ ବଡ ଭାଇର ସମ୍ପୁର୍ଣ୍ଣ ପରିବାରକୁ କଟୁରିରେ ହାଣି ହତ୍ୟା କରିବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଭାଇ-ଭାଉଜକୁ ମାରିବା ସହ ଗୋଟିଏ ଝିଆରୀ ଓ ୨ ପୁତୁରାଙ୍କୁ ମଧ୍ୟ ଛାଡିନି ନୃଶଂସ ଦାଦା।
ଏପରି ଏକ ଘଟଣା ଘଟିଛି ମାହାଙ୍ଗାର କୁସୁପୁର ଗାଁରେ । ବଡ଼ ଭାଇ, ଭାଉଜ ଓ ପୁତୁରାକୁ ହତ୍ୟା କରିଛି ସାନ ଭାଇ । ହତ୍ୟା କରିବା ପରେ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ହତ୍ୟା କରିଥିବା କଥାକୁ ସ୍ୱୀକାର କରିଛି ଅଭିଯୁକ୍ତ ସାନ ଭାଇ । ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି । ଦୁଇ ଭାଇଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିବାବେଳେ, ଗତକାଲି ରାତିରେ ବଡ଼ ଭାଇ, ଭାଉଜ ଓ ପୁତୁରାକୁ ହତ୍ୟା କରିଥିଲା ସାନ ଭାଇ । ଜମିବାଡ଼ି ବିବାଦକୁ ନେଇ ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ହୋଇଛି । ହତ୍ୟା ପରେ ଘର ଭିତରେ ପଡ଼ି ରହିଛି ମୃତଦେହ । ଏହି ଘଟଣା ପରେ ପୁଲିସ ସେହି ଗାଁରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର କବାଟ ଖୋଲି ମୃତଦେହକୁ ଜବତ କରିଛି।
ଏହି ବିଭତ୍ସ ଘଟଣାରେ ମୃତକମାନେ ହେଲେ ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମିରେଖା ସାହୁ, ଦୁଇ ପୁଅ ସ୍ମୃତି ସୌରଭ ଓ ସ୍ମୃତି ସାଇ ଏବଂ ଝିଅ ସ୍ମୃତିସନ୍ଧ୍ୟା । ଝିଅକୁ ୧୮ ବର୍ଷ ହୋଇଥିବା ବେଳେ ଦୁଇ ପୁଅ ନାବାଳକ ଥିଲେ। ଅଭିଯୁକ୍ତଙ୍କ ନାଁ ଶିବ ସାହୁ।ନିଜେ ଅଭିଯୁକ୍ତ ଏକ ଭିଡିଓ କରି ହତ୍ୟା କରିଥିବା କହିଛି । ଏଥିସହ ଭିଡିଓକୁ ଗାଁର ଅନ୍ୟମାନଙ୍କ ପାଖକୁ ପଠାଇବା ସହ ନିକଟସ୍ଥ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଶିବ ପ୍ରସାଦ ।ଭିଡିଓରେ ସେ କହିଛି, ପାରିବାରିବ କଳହ ସକାଶେ ମୋ ଭାଇ ଆଉ ମୋ ଭିତରେ ତିକ୍ତତା ଲାଗି ରହିଥିଲା । ତେଣୁ ସେମାନେ ମୋତେ ବହୁତ ହଇରାଣ ହରକତ କରୁଥିଲେ । କେବଳ ସେତିକି ନୁହେଁ, ଗତକାଲି ରାତିରେ ବଡଭାଇ, ଭାଉଜ ଏବଂ ତାର ପିଲାମାନେ ମୋତେ ମିଶିକି ମାରିଥିଲେ । ତେଣୁ ମୁଁ ମୋ ମାନସିକ ସ୍ଥିତି ହରାଇ ବସିଲି । ମୁଁ ବି ରାଗିକି ସେମାନଙ୍କୁ ଜୀବନରୁ ମାରିଦେଇଛି । ଆଇନ୍ ଯାହା ଦଣ୍ଡ ଦେବ ମୁଁ ତାକୁ ଗ୍ରହଣ କରିବି ।
ମିଳିଥିବା ସୂଚନାଅନୁସାରେ ଅଲେଖ ଗାଁରେ ଏକ ଛୋଟ ଦୋକାନ କରିଥିଲେ। ସେହିପରି ଶିବ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଘର ଓ ଜାଗାବାଡ଼ି ନେଇ ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘ ୧୨ରୁ ୧୩ବର୍ଷ ହେବ ବିବାଦ ଲାଗି ରହିଥିଲା। ପରେ ସାନ ଭାଇ ଅଲଗା ରହିଥିଲେ। ତେବେ ଗତକାଲି ରାତିରେ ତାହା ଉଗ୍ରରୂପ ନେଇଥିଲା। ଯାହା ଫଳରେ ରାତି ପ୍ରାୟ ଅଢ଼େଇଟା ବେଳେ ଶିବ ସମସ୍ତଙ୍କୁ ମାରିଛି ବୋଲି ସୂଚନା ମିଳିଛି। କଟୁରିରେ ସେ ସେମାନଙ୍କୁ ହାଣି ଦେଇଛି। ବଡ଼ ଭାଇ ଓ ତାଙ୍କ ପରିବାର ଲୋକଙ୍କୁ ମାରି ସେ ତାଲା ପକାଇ ଦେଇଥିଲେ। ଆଜି ସକାଳ ସାଢ଼େ ଆଠଟା ପର୍ୟ୍ୟନ୍ତ ଶିବ ଗାଁରେ ଥିଲେ। ଲୋକେ ବି ତାଙ୍କୁ ଦେଖିଛନ୍ତି। ତା’ପରେ ସେ ବାଲିଚନ୍ଦ୍ରପୁର ଯାଇ ଆତ୍ମସମର୍ପଣ କରିଥିଲେ।