ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଧବାଙ୍କୁ ପ୍ରେମ ଜାଲରେ ଫସାଇ ୫ ଲକ୍ଷ ଟଙ୍କା ନେଇ ପ୍ରେମିକ ଛୁ

କେନ୍ଦ୍ରାପଡ଼ା : ବିଧବା ମହିଳାଙ୍କ କଷ୍ଟ ଉପାର୍ଜିତ ଧନ ଯାହାକି ନିଜ ପେଟକୁ ନଖାଇ ରଖିଥିଲେ ସେସବୁକୁ ନେଇ ଜଣେ ଫେରାର ହୋଇଯାଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି l ସୂଚନା ମୁତାବକ, ଅସହାୟ ବିଧବା ମହିଳାଙ୍କୁ ପ୍ରେମ କରି ବିବାହ ପ୍ରତିଶୃତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପରେ ଚାଲବାଜ ପ୍ରେମିକ ଲକ୍ଷାଧିକ ଟଙ୍କା ନେଇ ଫେରାର ଯାହାକି କେନ୍ଦ୍ରାପଡାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ମୁନିସିପାଲିଟି ଅଂଚଳ ଅନ୍ତର୍ଗତ ୧ ନମ୍ବର ୱାର୍ଡରେ l ଜନୈକ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ନିଜ ବାପ ଘରେ ରହି ଆସୁଥିଲେ l ତେବେ ଅସହାୟତାର ସୁଯୋଗ ନେଇ ସେହି ଗ୍ରାମର ଅସିତ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ତାଙ୍କୁ ପ୍ରେମ ଜାଲରେ ଫସାଇ ଦୀର୍ଘ ୪ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ସହ ବିବାହ କରିବାର ପ୍ରତିଶୃତି ଦେଇ ତାଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହେଇଯାଇଥିବା ନେଇ ଅଭିଯୋଗ ହୋଇଛି l

Leave A Reply

Your email address will not be published.