ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆମେରିକାର ନାଇଟ କ୍ଲବରେ ଆଖିବୁଜା ଗୁଳିମାଡ: ୫ ମୃତ, ୧୮ରୁ ଉର୍ଦ୍ଧ୍ବ ଆହତ

ନୂଆଦିଲ୍ଲୀ: ଆମେରିକାର କୋଲୋରାଡୋ ସ୍ପ୍ରିଙ୍ଗସ ସହରର ଏକ ନାଇଟ କ୍ଲବରେ ଆଖିବୁଜା ଗୁଳିଚାଳନା ହୋଇଛି। ଯେଉଁଥିରେ ୫ ଜଣକ ମୃତ୍ୟୁ ହୋଇଥିବାବେଳେ ୧୮ରୁ ଉର୍ଦ୍ଧ୍ବ  ଲୋକ ଆହତ ହୋଇଛନ୍ତି।

ନ୍ୟୁୟର୍କ ଟାଇମ୍ସର ରପୋର୍ଟ ଅନୁଯାୟୀ,  ବନ୍ଧୁକଧାରୀ ଏକ ସ୍ନାଇପର ରାଇଫଲରେ ଏଲଜିବିଟିକ୍ୟୁ ନାଇଟ କ୍ଲବ୍‌ରେ ବିଳମ୍ବିତ ରାତିରେ ଗୁଳିଚାଳନା କରିଥିଲେ। ଏହି ଗୁଳିକାଣ୍ଡରେ ୫ ଜଣକ ମୃତ୍ୟୁ ଘଟିଥିବା ବେଳେ ୧୮ରୁ ଉର୍ଦ୍ଧ୍ବ  ଲୋକ ଆହତ ହୋଇଛନ୍ତି। ତେବେ ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ଆଶା କରାଯାଉଛି। ଘଟଣାର ଯାଞ୍ଚ ଚାଲିଥିବାବେଳେ ଆହତଙ୍କୁ ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଜରେ ସନ୍ଦିଗ୍ଧ ବ୍ୟକ୍ତିକୁ ଗିରଫ କରିଛି। ସପେଟେ ଏହି ଗୁଳିକାଣ୍ଡକୁ ନେଇ କ୍ଲବ୍ ତରଫରୁ ନିନ୍ଦା କରାଯାଇଛି। ଗୁଳିମାଡ଼ର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.