ରାଜ୍ୟରେ ଉପରମୁହାଁ ପାରଦ: ୩୮ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା

ଭୁବନେଶ୍ବର: ତତଲା ତାଓ୍ବାରେ ସିଝୁଛି ଓଡ଼ିଶା। ଉପାନ୍ତରୁ ଉପକୂଳ ଯାଏଁ ଉପରମୁହାଁ ରହିଛି ପାରଦ। ଆଜି ୫ ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଛି। ୩୮.୭ ଡିଗ୍ରୀ ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ରହିଥିବା ବେଳେ ବୌଦ୍ଧ ୩୮.୬ ଡିଗ୍ରୀ, ମାଲକାନଗିରି ୩୮.୫ ଡିଗ୍ରୀ, ସୋନପୁର ୩୮.୪ ଡିଗ୍ରୀ ଓ ଭୁବନେଶ୍ୱର ୩୮.୨ ଡିଗ୍ରୀ ରେକର୍ଡ କରାଯାଇଛି।

ତେବେ ଆସନ୍ତା ୧୫ ତାରିଖରୁ ପଶ୍ଚିମାଝଡ଼ର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଉପକୂଳ ଜିଲ୍ଲା ଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୬ ଓ ୧୭ରେ ଜୋରରେ ବିଜୁଳି-ଘଡ଼ଘଡ଼ି ହେବା ସହ ବର୍ଷାର ସମ୍ଭାବନା ରହିଛି । ୧୬ ତାରିଖରେ ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Leave a comment