Latest Odisha News, Breaking News Today | Top Updates on Corona

ଚେହେରାର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଆପଣାନ୍ତୁ ଏହି ୫ଟି ଆୟୁର୍ବେଦିକ ଟିପ୍ସ: ଏହାର ନଥାଏ କୌଣସି ସାଇଡ୍ ଇଫେକ୍ଟ

ଚେହେରାରେ ଚମକ ଆଣିବା ପାଇଁ ଆପଣ ଅନେକ କିଛି କରିବା ସହିତ ବେଳେବେଳେ ମହଙ୍ଗା ପ୍ରଡକ୍ଟସ ବ୍ୟବହାର କରିଥାନ୍ତି , ଯାହାକି ଚେହେରାକୁ ଖରାପ କରିବା ସହିତ ଆପଣଙ୍କ ପକେଟ୍ ଉପରେ ମଧ୍ୟ ଭାରି ପଡିଥାଏ । ଏଥିପାଇଁ ଚେହେରାରେ ପ୍ରାକୃତିକ ସୌନ୍ଦର୍ୟ୍ୟ ଆଣିବା ପାଇଁ ଆୟୁର୍ବେଦିକ ଉପଚାର ସବୁଠାରୁ ବେଷ୍ଟ ଅପ୍ସନ୍ ହୋଇଥାଏ । ଆସନ୍ତୁ ଜାଣିବା କିଛି ଆୟୁର୍ବେଦିକ ଟିପ୍ସ ..

କଞ୍ଚା କ୍ଷୀର:

କଞ୍ଚା ଖିରରେ ଥିବା ଫ୍ୟାଟ୍ ଏବଂ ଲାକ୍ଟିକ୍ ଏସିଡ୍ ଆପଣଙ୍କ ଚେହେରାରୁ ମଇଳା ହଟାଇବାରେ ସାହାଯ୍ୟ କରିଥାଏ , ଯାହାଦ୍ୱାରା ଚର୍ମର ପୋର୍ସ ଖୋଲିଥାଏ । ସେଥିଲାଗି ଯଦି ଆପଣଙ୍କର ଚେହେରାକୁ ନେଇ କୌଣସି ସମସ୍ୟା ଥାଏ , ତେବେ ଆପଣ କଞ୍ଚା କ୍ଷୀର ବ୍ୟବହାର କରନ୍ତୁ ।

ନିମ:

ନିମରେ ଆଣ୍ଟି-ଇମ୍ପ୍ଲିମେଣ୍ଟାରୀ, ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଭାଇରଲ ଏବଂ ଆଣ୍ଟି ଆକ୍ସିଡେଣ୍ଟ ପ୍ରପର୍ଟି ମିଳିଥାଏ । ସେଥିଲାଗି ଆପଣଙ୍କୁ ନିମର ବ୍ୟବହାର କରିବା ଉଚିତ । ଆପଣ ନିମର ଫେସପ୍ୟାକ୍ କରି ମଧ୍ୟ ବ୍ୟବହାର କରିପାରିବେ। ଏଥିସହିତ ଆପଣଙ୍କୁ ଚେହେରାରେ ନିମର ପ୍ୟାକ ଲଗାଇବାରେ ଯଦି କୌଣସି ସମସ୍ୟା ଥାଏ , ତେବେ ଆପଣ ଉଷୁମ ପାଣିରେ ୫-୧୦ ମିନିଟ୍ ନିମର ପତ୍ର ପକାଇ ସେଥିରେ ମୁଁହକୁ ଧୋଇପାରିବେ ।

ଦେଖନ୍ତୁ ନଟିଆ କମେଡି

ହଳଦୀ:

ଏଥିରେ ଆଣ୍ଟି ସେପ୍ଟିକ୍-, ଆଣ୍ଟି ଇମ୍ପ୍ଲିମେଣ୍ଟାରୀ ପ୍ରପର୍ଟି ରହିଥାଏ । ହଳଦୀ ସହିତ କ୍ଷୀର ମିଶାଇ ଏହାକୁ ଫେସପ୍ୟାକ୍ଣ ଭାବରେ ଲଗାଇବା ଦ୍ୱାରା ଆପଣଙ୍କ ସ୍କିନରେ ଚମକ ଆଣିବା ସହିତ ଦାଗ ଦୂର କରିଥାଏ।

ନଡ଼ିଆ ତେଲ :

ନଡ଼ିଆ ତେଲ କେବଳ କେଶ ପାଇଁ ନୁହେଁ ବରଂ ଆପଣଙ୍କ ସ୍କିନ୍ ପାଇଁ ମଧ୍ୟ ଥଣ୍ଡା ଦିନରେ ବରଦାନ ହୋଇଥାଏ । ଆଣ୍ଟି ସେପ୍ଟିକ ଗୁଣରେ ଭରପୁର ନଡ଼ିଆ ତେଲ ଡ୍ରାଏ ସ୍କିନ୍ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଥଣ୍ଡାରୁ ଫାଟୁଥିବା ସ୍କିନ୍ଁ କୁ ମଧ୍ୟ ଏହା ଠିକ୍ଏ କରିଥାଏ ।

ଚନ୍ଦନ :

ଚନ୍ଦନକୁ ଚେହେରା ର ପ୍ରତ୍ୟେକ ଆଲର୍ଜି ପାଇଁ ରାମବାଣ କୁହାଯାଇଥାଏ । ଚନ୍ଦନ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଚେହେରା ଦାଗହୀନ ହୋଇଥାଏ । ଗରମରେ ଚନ୍ଦନର ବ୍ୟବହାର କରିବା ଲାଭଦାୟକ ହୋଇଥାଏ ।

0Shares
0