ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୦୪ – ୧୧ – ୨୦୨୨ )

ମେଷ: ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଶତ୍ରୁବୃଦ୍ଧି ହେବେ। ରାଜନୀତିରେ ପ୍ରତିକୂଳ ପରିସ୍ଥିତି ରହିବ। ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଛାତ୍ରଛାତ୍ରୀ ହତୋତ୍ସାହ ରହିବେ।

ବୃଷ: ଦିନଟି ସୁଖସନ୍ତୋଷ ଭିତରେ କଟିବ। ବିଭିନ୍ନ କ୍ଷେତ୍ରରେ ସୁନାମ ପାଇବେ। ମହିଳାମାନେ ସୁଖୀ ରହିବେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବାଣିଜ୍ୟରେ ଆଶାଜନକ ଫଳ ପାଇବେ।

ମିଥୁନ: ପରିବାରବର୍ଗଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ। ଦୁଃସାହସିକ ଭିତ୍ତିରେ କାର୍ଯ୍ୟ ତୁଲାଇବେ। କର୍ମକ୍ଷେତ୍ରରେ ଶତ୍ରୁମାନେ ଆୟତ୍ତାଧୀନ ହେବେ। ବ୍ୟବସାୟରେ ଉତ୍ତମ ଲାଭ ଲାଭମିଳିବ।

କର୍କଟ: ଯୋଜନା ସ୍ଥଗିତ ରହିପାରେ। ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତା ରହିବ। ବିଭିନ୍ନ କ୍ଷେତ୍ରରେ ସମସ୍ୟା ଦେଖାଦେବ। କର୍ମକ୍ଷେତ୍ରରେ ବ୍ୟସ୍ତ ରହିବେ। ବ୍ୟବସାୟ ମାନ୍ଦା ରହିପାରେ । ଛାତ୍ରଛାତ୍ରୀ ଅସ୍ଥିର ରହିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଦିନଟିରେ ଚଳଚଞ୍ଚଳ ରହିବେ। ଅତିଥିଙ୍କ ଆଗମନ ହୋଇପାରେ । ଲୋକସମ୍ପର୍କ ବୃଦ୍ଧି ପାଇବ। ପରିବହନ ଓ ବାଣିଜ୍ୟରେ ପ୍ରସାର ହେବ। ଛାତ୍ରଛାତ୍ରୀ କ୍ୟାରିୟର ପାଇଁ ଚିନ୍ତିତ ରହିପାରନ୍ତି।

କନ୍ୟା: ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ପାଇବ। ମହିଳାମାନେ ସାହସିକତାର ପରିଚୟ ଦେବେ। ବ୍ୟବସାୟରେ ଦୂରଯାତ୍ରା କରିପାରନ୍ତି। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଯାଇପାରେ।

ତୁଳା: କର୍ମକ୍ଷେତ୍ରରେ ଅସ୍ଥିରତା ଦେଖାଦେବ। ପଡ଼ୋଶୀଙ୍କ ସହ ମନାନ୍ତର ହୋଇପାରେ। ରାଜନେତାଙ୍କ ପାଇଁ ପ୍ରତିକୂଳ ପରିସ୍ଥିତି ରହିବ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଛାତ୍ରଛାତ୍ରୀ ଚିନ୍ତାରେ ରହିବେ।

ବିଛା: ଦିନଟି ଆମୋଦପ୍ରମୋଦ ଭିତରେ କଟିପାରେ। ଉଭୟେ ପ୍ରେମ ଓ ସାଂସାରିକ ମଧୁର ସମ୍ପର୍କ ରହିବ। ବାଣିଜ୍ୟରେ ଉତ୍ସାହଜନକ ସ୍ଥିତି ଲାଗିରହିବ। ଛାତ୍ରଛାତ୍ରୀ ପ୍ରସନ୍ନ ରହିବେ।

ଧନୁ: ବହୁଦିନର ସ୍ବପ୍ନ ସାକାର ହେବ। କର୍ମକ୍ଷେତ୍ରରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ସମାଜିକ କାର୍ଯ୍ୟରେ ନେତୃତ୍ବ ବୃଦ୍ଧି ପାଇବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରି ଉତ୍ତୀର୍ଣ୍ଣ ହେବେ।

ମକର: ଉଚ୍ଚ ଆଶା ସଫଳ ହେବ। ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ। କର୍ମକ୍ଷେତ୍ରରେ ଶୁଭଫଳ ମିଳିବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ପରିବାର ମଧ୍ୟରେ ଖୁସିରେ ସମୟ କଟାଇବେ।

କୁମ୍ଭ: କେତେକ ବିଷୟକୁ ନେଇ ଚିନ୍ତାରେ ରହିବେ । କର୍ମକ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତା ରହିବ। ମହିଳାମାନେ ଉଦାସ ରହିବେ। ବାଣିଜ୍ୟରେ ସ୍ବଳ୍ପ ଆୟ ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅବହେଳା କରିବେ।

ମୀନ: ଦିନଟି ଅଶାନ୍ତି ଓ ଦୁଶ୍ଚିନ୍ତା ଭିତରେ କଟିପାରେ। ମହିଳାମାନେ ବାଧାବିଘ୍ନକୁ ସାମନା କରିବେ । ଛାତ୍ରଛାତ୍ରୀ ଭ୍ରମରେ ପଡ଼ିବେ। ପରିବାର ସହଯୋଗରେ ଆର୍ଥିକକ୍ଷେତ୍ର ମଜଭୁତ୍‌ ହେବ।

Leave A Reply

Your email address will not be published.