ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୦୪- ୦୨ – ୨୦୨୩ )

ମେଷ: କୌଣସି ବିଷୟକୁ ନେଇ ଉତ୍ତେଜନାରେ ରହିବେ। ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ। ଶତ୍ରୁମାନଙ୍କର କୂଟ ଚକ୍ରାନ୍ତର ଶୀକାର ହୋଇପାରନ୍ତି। ବାଣିଜ୍ୟରେ ଲାଭ ମିଳିବ। ଛାତ୍ରଛାତ୍ରୀ ପରିଶ୍ରମୀ ହେବେ।

ବୃଷ: କାର୍ଯ୍ୟ ବିଳମ୍ବ ଓ ମନସ୍ତାପ ଦେଖାଦେବ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ମହିଳାମାନେ ଚିନ୍ତିତ ରହିବେ। ଶିଳ୍ପ ଓ ବାଣିଜ୍ୟ ମାନ୍ଦା ରହିବ। ଛାତ୍ରଛାତ୍ରୀ ଅବହେଳା କରିବେ।

ମିଥୁନ: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ଅତ୍ୟଧିକ କାର୍ଯ୍ୟ ଫଳରେ ମାନସିକ ଅବସାଦ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ହତୋତ୍ସାହ ହୋଇପାରନ୍ତି। ସାଙ୍ଗସାଥୀଙ୍କ ସହ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ।

କର୍କଟ: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ ଦେଇପାରନ୍ତି। ଗୁରୁଜନଙ୍କ ଆଶୀର୍ବାଦ ପାଇ ଆତ୍ମବିଶ୍ବାସ ଫେରି ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଦାମ୍ପତ୍ୟ ଜୀବନ ସୁଖକର ରହିବ।

ଏଥିସହିତ ପଢ଼ନ୍ତୁ

ସିଂହ: ଅତ୍ୟଧିକ ଖର୍ଚ୍ଚାନ୍ତର ଶିକାର ହୋଇପାରନ୍ତି। ଘର ଦାୟିତ୍ବ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ବାଦବିବାଦ ସ୍ଥିତିରେ ପଡ଼ିଯାଇପାରନ୍ତି। ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇପାରେ।

କନ୍ୟା: ଗୁରୁଜନଙ୍କ ପରାମର୍ଶ କ୍ରମେ ଉତ୍ତମ କାର୍ଯ୍ୟ କରିବେ। ବ୍ୟବସାୟ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଜୀବନସାଥୀଙ୍କ ସହଯୋଗ ପାଇବେ। ସହକର୍ମୀଙ୍କ କୂଟ ଚକ୍ରାନ୍ତର ଶିକାର ହୋଇପାରନ୍ତି।

ତୁଳା: ବିଭିନ୍ନ କ୍ଷେତ୍ରରୁ ନିରାଶ ହୋଇ ମାନସିକ ଅଶାନ୍ତିରେ ରହିବେ। କାର୍ଯ୍ୟକ୍ଷେତ୍ରରେ ସମୟ ଅନୁସାରେ କାର୍ଯ୍ୟ କରିବେ। ସମ୍ପର୍କର ମୂଲ୍ୟ ବୁଝି ପଶ୍ଚାତାପ କରିପାରନ୍ତି।

ବିଛା: ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ଆୟ ବୃଦ୍ଧି ପାଇଁ କିଛି ନୂତନ ରାସ୍ତା ଖୋଜି ପାଇବେ। ସ୍ବାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଛାତ୍ରଛାତ୍ରୀଙ୍କର ସାହିତ୍ୟ ପ୍ରତି ରୁଚି ବଢ଼ିବ।

ଧନୁ: ନିଜ ବୁଦ୍ଧି ବିବେକ ଅନୁସାରେ କାର୍ଯ୍ୟ କରିବେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ପ୍ରେମ ସମ୍ପର୍କରେ ତିକ୍ତତା ଉପୁଜିପାରେ । କ୍ୟାରିୟରରେ ଉନ୍ନତି କରିବାର ସମ୍ଭାବନା ରହିଛି।

ମକର: ବ୍ୟୟ ବହୁଳତା ଓ ମନସ୍ତାପରେ ରହିବେ। ପଡ଼ୋଶୀଙ୍କ ସହ ମନାନ୍ତର ହୋଇପାରେ। କର୍ମକ୍ଷେତ୍ରରେ ଅବହେଳିତ ହୋଇପାରନ୍ତି। ବାଣିଜ୍ୟ ମାନ୍ଦା ରହିବ। ଛାତ୍ରଛାତ୍ରୀ ଅସ୍ଥିର ରହିବେ।

କୁମ୍ଭ: ଦିନଟି ସୁଖ ସମୃଦ୍ଧି ପ୍ରାପ୍ତି ହେବ। ରାଜନୀତିରେ ବେଶ୍‌ ସକ୍ରିୟ ରହିବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ଉତ୍ତମ ଆୟ ହେବ। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହେବେ।

ମୀନ: କାର୍ଯ୍ୟସିଦ୍ଧି ସହ ସୁଖସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ଆଦରଣୀୟା ହେବେ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।

Leave A Reply

Your email address will not be published.