ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୪୮୫୦୦ ବର୍ଷ ତଳର ଭୂତାଣୁକୁ ପୁଣି ଜୀବିତ କଲେ ବୈଜ୍ଞାନିକ

କ୍ରାଷ୍ଣୋୟାର୍ରସ୍କ(ଏଜେନ୍ସି): ସାଇବେରିଆର ପର୍ମାଫ୍ରାଷ୍ଟ ବରଫରେ ୪୮,୫୦୦ ବର୍ଷ ହେଲା ଥିବା ଅନେକ ଭୂତାଣୁକ ବୈଜ୍ଞାନିକମାନେ ପୁନର୍ଜିବୀତ କରିଦେଇଛନ୍ତି। ଏହି ସବୁ ୫ଟି ଅଲଗା ଅଲଗା ପ୍ରଜାତି ସହ ସମ୍ବନ୍ଧ ରହିଛି। ଏହାର ନାମ ‘ମେଗାଭାଇରସ ମାମଥ୍‌’ ରହିଛି। ଏହି ଭୂତାଣୁ ହାତୀର ପୂର୍ବଜ ମାମଥ୍‌ ଥିବା ସମୟରେ ଥିଲେ। ସେତେବେଳେ ହିମ ଯୁଗର ସମୟ ଥିଲା। ସାଇବେରିଆର ପର୍ମାଫ୍ରାଷ୍ଟ ବରଫରେ ହିମଯୁଗ ସମୟର ଅନେକ ଭୂତାଣୁ ଚାପି ହୋଇ ରହିଛନ୍ତି। ବୈଜ୍ଞାନିକମାନେ ଏମାନଙ୍କ ମଧ୍ୟରୁ କିଛି ଭୂତାଣକୁ ବାହାର କରି ପୁନର୍ଜୀବିତ କରିଛନ୍ତି।

ବୈଜ୍ଞାନିକଙ୍କ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁଁ ବରଫ ଦ୍ରୁତ ଗତିରେ ତରଳିବାରେ ଲାଗିଛି। ଏଭଳି ସ୍ଥିତିରେ ଅଚାନକ୍‌ ଭୂତାଣୁ ସଂକ୍ରମଣ ହେଲେ ବିପଦ ସୃଷ୍ଟି ହେବ। ତେଣୁ ପୂର୍ବରୁ ଏହି ଭୂତାଣୁ ଉପରେ ଅଧ୍ୟୟନ କରିବା ଜରୁରୀ। ଏହା ଦ୍ବାରା ସଂକ୍ରମଣରୁ ରକ୍ଷା ପାଇବାର ଉପାୟ ଜାଣିହେବ।

Leave A Reply

Your email address will not be published.