ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ରହ୍ମପୁର ମଣ୍ଡଳ କାରାଗାରର ୪୮ ବିଚାରାଧୀନ କଏଦୀଙ୍କୁ କରୋନା

ବ୍ରହ୍ମପୁର: କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ବ୍ରହ୍ମପୁର ମଣ୍ଡଳ କାରାଗାରରେ ୪୮ ଜଣ ବିଚାରାଧୀନ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨ ଦିନ ତଳେ ୮୪ କଏଦୀଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ମାମଲା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବ୍ରହ୍ମପୁର ମଣ୍ଡଳ କାରାଗାରରେ ମୋଟ ୯୨୭ ଜଣ କଏଦୀ ଅଛନ୍ତି । କଏଦୀଙ୍କ ପାଇଁ ମଣ୍ଡଳ କାରାଗାରରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ହୋଇଛି । ଏନେଇ ବ୍ରହ୍ମପୁର ମଣ୍ଡଳ କାରାଗାର ଅଧ୍ୟକ୍ଷ ଗରୀବ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.