ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତା ଏକ ମାସ ମଧ୍ଯରେ ଦିଲ୍ଲୀରେ ସ୍ଥାପନ ହେବ ୪୪ ଟି ଅକ୍ସିଜେନ ପ୍ଲାଣ୍ଟ- କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସମୟରେ ବିଭିନ୍ନ ରାଜ୍ଯରେ ଅକ୍ସିଜେନର ଅଭାବ ଚିତ୍ର ସାମ୍ନାକୁ ଆସିଛି। ଅକ୍ସିଜେନର ତୀବ୍ର ଅଭାବ ମଧ୍ଯ ଦିଲ୍ଲୀରେ ଦେଖିବାକୁ ମିଳିଥିଲା। ଅକ୍ସିଜେନ ଅଭାବରୁ ବହୁ କରୋନା ରୋଗୀଙ୍କ ଜୀବନ ମଧ୍ଯ ଚାଲିଜାଇଛି। ଏହାରି ମଧ୍ଯରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ ନିଷ୍ପତ୍ତି ନେଇଛନ୍ତି।  ଆସନ୍ତା ଏକ ମାସ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ୪୪ ଟି ଅକ୍ସିଜେନ କାରଖାନା ସ୍ଥାପନ କରାଯିବ ବୋଲି କେଜ୍ରିୱାଲ କହିଛନ୍ତି।

ସେ କହିଛନ୍ତି ଯେ, ଏଠାରେ ଟ୍ୟାଙ୍କରର ଅଭାବ ରହିଛି ଏବଂ ଏହି ସମସ୍ୟାକୁ ଦୂର କରିବା ପାଇଁ ବ୍ୟାଙ୍କକରୁ ୧୮ ଟି ଟ୍ୟାଙ୍କର ଆମଦାନୀ କରାଯାଉଛି। ସେ ଆହୁରି କହିଛନ୍ତି ଯେ ଫ୍ରାନ୍ସରୁ ୨୧ ଟି ବ୍ୟବହାର ପାଇଁ ପ୍ରସ୍ତୁତ ଥିବା ଅକ୍ସିଜେନ ପ୍ଲାଣ୍ଟ ଆମଦାନୀ ହେଉଛି। କେନ୍ଦ୍ର ଦ୍ୱାରା ଆଠଟି ଅକ୍ସିଜେନ କାରଖାନା ସ୍ଥାପନ କରାଯିବ ଏବଂ ଆସନ୍ତା ଏକ ମାସ ମଧ୍ୟରେ ଦିଲ୍ଲୀ ସରକାର ୩୬ ଟି ପ୍ରତିଷ୍ଠା କରିବେ।

କେଜ୍ରିୱାଲ କହିଛନ୍ତି, ଗତ ସପ୍ତାହରେ ଦିଲ୍ଲୀରେ ଦେଖାଯାଇଥିବା ଅକ୍ସିଜେନ ସଙ୍କଟକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇଛି, ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ହୋଇଛି।

Leave A Reply

Your email address will not be published.