ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବନ୍ଧା ହେଲେ ପ୍ରେମିକା-୪୨୦; କଲେଜ ଫଣ୍ଡରୁ ୯୭ ଲକ୍ଷ ଟଙ୍କା ହଡ଼ପ କରି ଦେଇଥିଲେ ପ୍ରେମିକକୁ

ଭୁବନେଶ୍ଵର: କଲେଜ ଫଣ୍ଡରୁ ୯୭ ଲକ୍ଷ ଟଙ୍କା ହଡ଼ପ କରି ପ୍ରେମିକ ଆକାଉଣ୍ଟକୁ ପଠାଇ ବନ୍ଧା ହେଲେ ପ୍ରେମିକା-୪୨୦ । ରାଜଧାନୀର ତମାଣ୍ଡୋ ସ୍ଥିତ ଏକ ଘରୋଇ କଲେଜର ଲେଡି ଆକାଉଟାଣ୍ଟ କୁ ବାନ୍ଧିଲା କମିଶନରେଟ୍ ପୋଲିସ୍ । ବର୍ଷକ ଭିତରେ ପାଖାପାଖି ୯୭ ଲକ୍ଷ ଟଙ୍କା ହଡ଼ପ କରି ପ୍ରେମିକକୁ ଫୋନ୍ ପେ’ ଜରିଆରେ ପଠାଇଥିଲେ ଉକ୍ତ ଲେଡି ଆକାଉଟାଣ୍ଟ । ଟଙ୍କା ଗାଏବ ନେଇ କଲେଜ କର୍ତ୍ତୃପକ୍ଷ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବାନ୍ଧିଛି ପୋଲିସ । ତାଙ୍କ ନାମ ପାୟଲ ମହାପାତ୍ର। ଏଥିସହ ତାଙ୍କ ପ୍ରେମିକ ତଥା ଉକ୍ତ କଲେଜର ପୂର୍ବତନ ଛାତ୍ରଙ୍କୁ ଧରିବାକୁ ଝାରଖଣ୍ଡକୁ ସ୍ୱତନ୍ତ୍ର ଟିମ୍ ପଠାଇଛି। ଘରୋଇ କଲେଜରେ ଆଡମିଶନ ଓ ଟ୍ୟୁସନ ଫି’ ହଡପ ନେଇ ହୋଇଥିଲା ଅଭିଯୋଗ । ହଡପ ଟଙ୍କାରେ ବିହାରରେ ଥିବା ପ୍ରେମିକ ପାଖକୁ ପଠାଯାଇଥିବା ସୂଚନା । ସମ୍ପୃକ୍ତ ମହିଳା ଆକାଉଣ୍ଟାଣ୍ଟଙ୍କୁ ପଚରାଉଚରା ବେଳେ ସେ ସବୁ ସତ ମାନି ଯାଇଛନ୍ତି। ତେଣୁ ତାଙ୍କୁ ଗିରଫ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.