ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀ ଉପକଣ୍ଠରୁ ୪୨ କେ.ଜି ଗଞ୍ଜେଇ ଜବତ, ତିନି ଗିରଫ

ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ଧଉଳି ଥାନା ପୋଲିସ । ଭୁବନେଶ୍ୱରର କେସୁରା ପଟୁ ଦୟା ନଦୀ ବନ୍ଧରେ ଏକ କାରରେ ୩ ଜଣ ଆସୁଥିବାବେଳେ ମାଡ଼ି ବସିଲା ପୋଲିସ । ସେମାନଙ୍କ ପାଖରୁ ପ୍ରାୟ ୪୨ କିଲୋ ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି ଧଉଳି ଥାନା ପୋଲିସ ।

ସୂଚନା ଅନୁସାରେ, ବିଶେଷ ସୁତ୍ରରୁ ଖବର ପାଇ ଧଉଳି ଥାନା ପୋଲିସ କେସୁରା ପଟୁ ଦୟା ନଦୀ ବନ୍ଧରେ ଛକି ବସିଥିଲା । ଏହି ସମୟରେ ଏକ କାର୍‌ ଯୋଗେ ତିନି ଜଣ ଆସୁଥିବା ବେଳେ ମାଡି ବସିଲା ପୋଲିସ । ସେମାନଙ୍କ ନିକଟରୁ ପ୍ରାୟ ୪୨ କେଜିର ଗଞ୍ଜେଇ ଜବତ ହୋଇଛି । ଗିରଫ ହୋଇଥିବା ତିନି ଜଣଙ୍କଠାରୁ କାର୍‌ ଓ ଗୋଟିଏ ମୋବାଇଲ ମଧ୍ୟ ମିଳିଛି । ତେବେ ଏହି ଗଞ୍ଜେଇ କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ଼ କରୁଛି ପୋଲିସ ।

Leave A Reply

Your email address will not be published.