ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ବର ୟୁନିଟ୍-୨ରେ ଭଙ୍ଗାଯିବ ୪୧୦ଟି ସରକାରୀ କ୍ବାର୍ଟର, ପିପିପି ମୋଡରେ ହେବ ପୁନଃନିର୍ମାଣ

ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ-୨ରେ ୪୧୦ଟି ସରକାରୀ କ୍ୱାର୍ଟର ଭଙ୍ଗାଯିବ। ଏହି ସବୁ କ୍ୱାର୍ଟରକୁ ଭାଙ୍ଗି ପିପିପି ମୋଡରେ ପୁନଃନିର୍ମାଣ କରିବା ଲାଗି ରାଜ୍ୟ ସରକାରଙ୍କ ଯୋଜନା ରହିଛି। ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନିପତିଙ୍କ ପ୍ରଶ୍ନରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲିଖିତ ଉତ୍ତରରେ ଏହା କହିଛନ୍ତି।

ଏଥି ସହିତ ଭୁବନେଶ୍ବର ୟୁନିଟ-୬ ଅନ୍ତର୍ଗତ ୫୦ଟି କ୍ୱାର୍ଟର ଭଙ୍ଗାଯାଇ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଆଣ୍ଡ ରିସର୍ଚ୍ଚ ଆଟ୍ କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ମାଣ କରାଯିବ।ଏଣେ, ୟୁନିଟ-୪ ଅନ୍ତର୍ଗତ ଅନ୍ୟ ୫୦ଟି କ୍ୱାର୍ଟର ଏମଏଲଏ କଲୋନିରେ ବହୁତଳ ଆବାସିକ କୋଠା ନିର୍ମାଣ କରାଯିବ।ୟୁନିଟ-୩ରେ ଭୁବନେଶ୍ୱର ମହାନଗର ନିଗମର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ୧୨ଟି କ୍ୱାର୍ଟର ଓ ୟୁନିଟ-୮ ଅନ୍ତର୍ଗତ ୩୬ଟି କ୍ୱାର୍ଟର ନିରାପଦ ନଥିବା ଯୋଗୁ ଭଙ୍ଗାଯାଇଛି।

ଏହା ବାଦ ୟୁନିଟ-୨ରେ ୧୨୪ଟି ଘର ଖାଲି ପଡ଼ିଛି ଯାହାର ପୁନଃନିର୍ମାଣ ଯୋଜନା ନିମନ୍ତେ ପ୍ରସ୍ତାଵ ଥିବାରୁ ଆବଣ୍ଟନ ହୋଇନାହିଁ। ବର୍ତ୍ତମାନ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ ୧୧,୩୭୪ଟି କ୍ୱାର୍ଟର ରହିଛି।

Leave A Reply

Your email address will not be published.