ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୪୧ କେଜି ଗଞ୍ଜେଇ ସହ କାର ଜବତ, ୨ ଗିରଫ

ବୌଦ୍ଧ/ବାଉଁଶୁଣି: ଦିନ ଦ୍ବିପହରେ ଚାଲୁଛି ଗଂଜେଇ ଚାଲାଣ । ପୋଲିସ ଯେତେ ସ୍ମାର୍ଟ ହେଲେ ମଧ୍ୟ ମାନୁନାହାନ୍ତି ଚାଲାଣକାରୀ । ଶନିବାର ବାଉଁଶୁଣୀ ପୋଲିସ ୪୧ କିଲୋ ଗଂଜେଇ ସହ ଏକ କାରକୁ ଜବତ କରି ମାମଲାରେ ଦୁଇଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତଦ୍ବୟ ଅନଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ଗ୍ରାମର ଅଜୟ କୁମାର ସାହୁ(୩୪) ଓ ବାମନାଳୀ ଗ୍ରାମର ଗରିଆ ମାଝି(୩୨) ବୋଲି ବାଉଁଶୁଣୀ ଥାନା ଅଧିକାରୀ ସୁବାଶ ଚନ୍ଦ୍ର ରାୟଗୁରୁଙ୍କ ଠାରୁ ପ୍ରକାଶ ।

ମିଳିଥିବା ସୂଚନା ମୁତାବକ ଶନିବାର ଦିନ ପ୍ରାୟ ୩ଟା ସମୟରେ ବୌଦ୍ଧ ବ୍ଲକର ଜଡାପାଲ ଗ୍ରାମରୁ ସାହଜପାଲ ଆଡକୁ ଏକ କାର ଯୋଗେ ଗଂଜେଇ ଚାଲାଣ ହେଉଥିଲା। ଖବର ପାଇ ବାଉଁଶୁଣୀ ପୋଲିସର ଏକ ଟିମ୍ ମୁଣ୍ଡିପଦର ଗ୍ରାମ ନିକଟରେ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ । ଗାଡି ଭିତରୁ ଦୁଇଟି ବସ୍ତାରେ ଭର୍ତ୍ତି ହୋଇଥିବା ୪୧ କିଲୋ ୨୦୦ ଗ୍ରାମ ଗଂଜେଇ ଜବତ କରାଯିବା ସହିତ ଚାଲାଣରେ ସମ୍ପୃକ୍ତ ଅଜୟ ସାହୁ(୩୪) ଓ ଗରିଆ ମାଝି(୩୨)ଙ୍କୁ ଗିରଫ କରିଥିଲେ। ଗଂଜେଇ ଚାଲାଣ ମାମଲାରେ ବ୍ୟବହୃତ କାର(ଓଡ଼ି ୦୨ କ୍ୟୁ ୭୧୦୩)କୁ ମଧ୍ୟ ପୋଲିସ ଜବତ କରିଛି । ରବିବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ।

Leave A Reply

Your email address will not be published.