ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୀଘ୍ର ଓ ସ୍ୱଚ୍ଛ ନ୍ୟାୟ ପ୍ରଦାନ କରାଇବାକୁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ, ୪୧ ଜଣ ସହାୟକ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ବର : ଆଇନ ଆଗରେ ସମସ୍ତେ ସମାନ। ଏହା କେବଳ ଏକ ଉକ୍ତି ହୋଇ ରହିବା ଉଚିତ ନୁହେଁ। ଗରିବ ଶ୍ରେଣୀର ଲୋକମାନେ ଏହାକୁ ଅନୁଭବ କରିବା ଉଚିତ୍ ଏବଂ ଆମର ନ୍ୟାୟ ବିତରଣ ବ୍ୟବସ୍ଥା ଉପରେ ଗରୀବ ଲୋକଟିମ ମଧ୍ୟ ସମ୍ପୂର୍ଣ୍ଣ ବିଶ୍ୱାସ ରହିବା ଉଚିତ୍ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ରାଜ୍ୟ ସରକାର ୪୧ ଜଣ ସହାୟକ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଏନେଇ ଭଚୁଆଲ ପ୍ଲାଟଫର୍ମରେ ଲୋକସେବା ଭବନରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନିଯୁକ୍ତି ମିଳିଥିବା ସହାୟକ ପବ୍ଲିକ ପ୍ରସିକ୍ୟୁଟରମାନଙ୍କୁ ଆଗକୁ କର୍ମକ୍ଷେତ୍ରରେ କାର୍ଯ୍ୟକରିବାକୁ ଦିର୍ଗଦର୍ଶନ ଦେଇଥିଲେ।

ଗରିବ ଲୋକମାନେ କିଭଳି ସ୍ୱଳ୍ପ ବା ବିନା ମୂଲ୍ୟରେ ନ୍ୟାୟ ପାଇବେ ସେନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ରାଜ୍ୟ ସରକାର ନ୍ୟାୟ ବିତରଣ ବା ଗରିବ ଲୋକମାନେ କିଭଳି ଆଇନର ପରାମର୍ଶ ପାଇବେ ସେ ନେଇ ୪୧ ଜଣ ସହାୟକ ପବ୍ଲିକ ପ୍ରସିକ୍ୟୁଟର ନିଯୁକ୍ତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନିଯୁକ୍ତି ମିଳିଥିବା ସହାୟକ ପବ୍ଲିକ ପ୍ରସିକ୍ୟୁଟରମାନଙ୍କ ଉର୍ଦ୍ଦେଶ୍ୟରେ କହିଥିଲେ କି ଲୋକଙ୍କ ସେବା ପାଇଁ ହୃଦୟରୁ ଉତ୍ସଗିକୃତ ଭାବେ କାର୍ଯ୍ୟ କରିବାର ସମୟ ଆସିଛି । ଏକ ନ୍ୟାୟପୂର୍ଣ୍ଣ ଓ ସମାନ ସମାଜ ଗଠନରେ ଏହି କର୍ମଚାରୀମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ନିଯୁକ୍ତି ପାଇଥିବା ୪୧ ଜଣ ସହାୟକ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ନ୍ୟାୟ ଏବଂ ସମାନ ସମାଜର ଦୃଷ୍ଟିକୁ ହୃଦୟଙ୍ଗମ କରିବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଯେଉଁମାନଙ୍କୁ ନିଯୁକ୍ତି ଦିଆଯାଇଛି ସେମାନେ ରାଜ୍ୟର ବିଭିନ୍ନ ଅଦାଲତରେ କାମ କରିଥିବା ଅଭିଜ୍ଞ ଲୋକ । ଗରିବ ଲୋକଙ୍କ ପାଇଁ ନ୍ୟାୟ ବିତରଣ କ୍ଷେତ୍ରରେ ସେମାନେ ସର୍ବୋତ୍ତମ ପ୍ରୟାସ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।ଏହି ନିଯୁକ୍ତି ଦ୍ୱାରା ଓଡିଶାରେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ଲୋକଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଉନ୍ନତି ଆସିବା ସହ ଶୀଘ ଓ ସ୍ୱଚ୍ଛ ଢଙ୍ଗରେ ନ୍ୟାୟ ପ୍ରଦାନ ଦିଗରେ ଏହି କର୍ମଚାରୀମାନେ ସହାୟକ ହେବେ ବୋଳି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ନୂତନ ଭାବେ ନିଯୁକ୍ତି ପାଇଥିବା ଲୋକମାନଙ୍କୁ ସଚ୍ଚୋଟତା ଓ ସ୍ୱଚ୍ଛତା ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହାସହ ନ୍ୟାୟର ଶୀଘ୍ର ବିତରଣ ପାଇଁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟ କ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭି.କେ ପାଣ୍ଡିଆନ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.