ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶସ୍ତାରେ ମେକପ୍‍ ସାମଗ୍ରୀ ଦେବା ଆଳରେ ଯୁବତୀଙ୍କ ଠାରୁ ୪୦ ହଜାର ନେଇଗଲେ ସାଇବର୍‍ ଠକ

ଭୁବନେଶ୍ୱର: ଶସ୍ତାରେ ମେକ୍‍ଅପ୍‍ ସାମଗ୍ରୀ ଦେବାକୁ କହି ସାଇବର୍‍ ଠକ ଜଣେ ଯୁବତୀଙ୍କ ଠାରୁ ୪୦ ହଜାର ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଥିବା ନୂଆପଲ୍ଲୀର ରାଣୀ ବେହେରା ସାଇବର୍‍ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ତାଙ୍କ ଅଭିଯୋଗ ଆଧାରେ ପୁଲିସ ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁସାରେ, କିଛିଦିନ ହେବ ଶସ୍ତାରେ ମେକ୍‍ଅପ୍‍ ସାମଗ୍ରୀ ଦିଆ ହେଉଥିବା ନେଇ ସାଇବର୍‍ ଠକ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇଥିଲେ। ଏହି ବିଜ୍ଞାପନ ଦେଖି ଲୋଭରେ ପଡିଯାଇଥିଲେ ରାଣୀ। ସେ ଦିଆଯାଇଥିବା ଫୋନ୍‍ ନମ୍ବରରେ କଲ୍‍ କରି ବୁଝିଥିଲେ।

ସାଇବର ଠକ ତାଙ୍କୁ ପ୍ରଥମେ ଅଗ୍ରୀମ ଆକାରରେ ଟଙ୍କା ପଠାଇବାକୁ ହେବ ବୋଲି କହିଥିଲେ। ରାଣୀ ମୋବାଇଲ୍‍ ନମ୍ବରକୁ ସାଇବର ଠକ ଏକ ଲିଙ୍କ୍‍ ପଠାଇଥିଲେ। ଏହି ଲିଙ୍କ୍‍କୁ କ୍ଲିକ୍‍ କରିବା ପରେ ତାଙ୍କ ଆକାଉଣ୍ଟରୁ ୪୦ ହଜାର ଟଙ୍କା କଟି ଯାଇଥିଲା।

Leave A Reply

Your email address will not be published.