ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ପୁଣି ମାତିଲେ ଲୁଟେରା; ଏଟିଏମ୍‍ କାର୍ଡ ବଦଳାଇ ନେଇଗଲେ ୪୦ ହଜାର

ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ କାରନାମା ଥମୁନି। ନୂଆପଲ୍ଲୀ ଥାନା ଆଇଆର୍‍ସି ଭିଲେଜରୁ ଜଣେ ବରିଷ୍ଠ ନାଗରିକଙ୍କ ଏଟିଏମ୍‍ କାର୍ଡ ବଦଳାଇ ୪୦ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଲୁଟ୍‍ର ଶିକାର ବ୍ୟକ୍ତି ମହମ୍ମଦ ଫିରୋଜ। ଅଭିଯୋଗ ଅନୁଯାୟୀ ଫିରୋଜ ଜଣେ ଅବସରପ୍ରାପ୍ତ କର୍ମଚାରୀ। ସେ ନୂଆପଲ୍ଲୀର ଏକ ଏଟିଏମ୍‍କୁ ଆଜି ଟଙ୍କା ଉଠାଇବା ଲାଗି ଯାଇଥିଲେ। ଲୁଟେରା ଫିରୋଜଙ୍କୁ ବ୍ୟସ୍ତ କରାଇବା ସହ ତାଙ୍କ ପିନ୍‍କୁ ଦେଖି କୌଶଳକ୍ରମେ ଏଟିଏମ୍‍ କାର୍ଡକୁ ବଦଳାଇ ଦେଇଥିଲା। ତେବେ ଏଟିଏମ୍‍ କାମ ନ କରିବାରୁ ଘରକୁ ଫେରି ଆସିଥିଲେ ଫିରୋଜ। ଘରେ ଦେଖିବା ବେଳକୁ ଏଟିଏମ୍‍ କାର୍ଡ ବଦଳିଯାଇଛି। ଏହାର କେଇ ମିନିଟ୍‍ ପରେ ପର୍ଯ୍ୟାୟକ୍ରମେ ଫିରୋଜଙ୍କ ଏଟିଏମ୍‍ରୁ ୪୦ହଜାର ଟଙ୍କା କଟିଯାଇଛି।

ଏହାପରେ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ସହ ବ୍ୟାଙ୍କକୁ ଯାଇ ଏଟିଏମ୍‍ କାର୍ଡ ବନ୍ଦ କରିଦେଇଥିଲେ। ସେହିପରି କାର୍ଡ ବ୍ଲକ କରିବା ପରେ ଲୁଟେରା ଟଙ୍କା ଉଠାଇବାକୁ ପ୍ରୟାସ କରୁଥିବାର ମେସେଜ୍‍ ଆସୁଛି। ସେପଟେ ଏଟିଏମ୍‍ କାଉଣ୍ଟର୍‍ରେ ସୁରକ୍ଷାକର୍ମୀ ଓ ସିସିଟିଭି ଥିବାବେଳେ ବାରମ୍ବାର ଲୁଟ୍‍ ହେଉଥିବା ଅଭିଯୋଗ ଆସୁଛି। ପୂର୍ବରୁ କ୍ୟାପିଟାଲ ଓ ଏୟାରପୋର୍ଟ ଥାନାରେ ସମାନଧରଣର ସହାୟତା ଆଳରେ ଠକେଇ କରି ନେଇଛନ୍ତି ଲୁଟେରା।

Leave A Reply

Your email address will not be published.