ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୋବାଇଲ ଟାୱାରକୁ ଚଢିଗଲା ୪ବର୍ଷର ଶିଶୁ

କଟକ: କଟକ ଜିଲ୍ଲା କଣ୍ଟାପଡା ବ୍ଲକ ପାଟସୁନ୍ଦରପୁରରେ ସୋମବାର ଏକ ଅଘଟଣ ଘଟିଛି । ଉକ୍ତ ଗାଁର କୈଳାସ ସେଠୀଙ୍କ ୪ବର୍ଷର ପୁଅ ଘର ପାଖରେ ଥିବା ମୋବାଇଲ ଟାଓ୍ବାର ଉପରେ ଚଢ଼ି ଯାଇଥିବା ଜଣାପଡ଼ିଛି। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ଟାୱାରରେ ଅଟକି ରହିଥିବା ଜଣାପଡ଼ିଛି। ଟାଓ୍ବାର ପାଖରେ କୌଣସି ପାଚେରୀ ନ ଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଘର ପାଖରେ କୈଳାସ ସେଠୀଙ୍କ ୪ ବର୍ଷର ପୁଅ ଖେଳୁଥିଲା। ସେହି ସମୟରେ ସେହି ପାଖରେ ଥିବା ଏକ ଟାଓ୍ୱାରରେ ଅଜାଣତରେ ଚଢ଼ିଯାଇଥିଲା । ଏହାପରେ ଘର ଲୋକ ଖୋଜିବା ପରେ ଶିଶୁଟି ଟାଓ୍ୱାର ଉପରେ ଚଢ଼ିଥିବା ଦେଖିବାକୁ ପାଇଥିଲେ । ପରିବାରଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ ଘଟଣା ସ୍ଥାନରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.