ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଢେଙ୍କାନାଳ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ୪ବର୍ଷର ହାତୀ ଛୁଆ ମୃତ, କାରଣ ଅସ୍ପଷ୍ଟ

ଢେଙ୍କାନାଳ କପିଳାଶ ସ୍ଥିତ ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରରେ ଥିବା ୪ବର୍ଷର ହାତୀଛୁଆ ହିରୋ ର ଆଜି ମୃତ୍ୟୁ ଘଟିଛି । ମୃତ ହାତୀଛୁଆ ଏକ ଦନ୍ତା ହାତୀ ବୋଲି ଜଣାପଡିଛି । ମୃତ୍ୟୁର ସଠିକ କାରଣ କଣ ଜଣାପଡିନାହିଁ । ଆଜି ଅପରାହ୍ନରେ ଅଚାନକ ତାର ମୃତ୍ୟୁ ଘଟିଛି ବୋଲି ଢେଙ୍କାନାଳ ବନବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତ୍ୟୁର କାରଣ କଣ ହୋଇପାରେ ତାର ପରୀକ୍ଷା ନିରୀକ୍ଷା ଚାଲିଛି । ମୃତ ହିରୋ କୁ ଗତ ଜୁନ ୨୦୧୯ ମସିହାରେ ରେଢ଼ାଖୋଲ ବନ ଖଣ୍ଡର ବାମରା ଅଭୟାରଣ୍ୟ ରୁ ଉଦ୍ଧାର କାରାଯାଇ କପିଳାଶ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରକୁ ଲଲନ ପାଳନ ପାଇଁ ଅଣାଯାଇଥିଲା । ତେବେ ହିରୋର ମୃତ୍ୟୁ ପରେ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ଆଉ ୪ଟି ହାତୀ ଛୁଆ ରହିଥିବା ଜଣାପଡିଛି ।

Leave A Reply

Your email address will not be published.