ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡକାୟତି ଯୋଜନା ପଣ୍ଡ କଲା ପୁଲିସ, ୪ଡକାୟତ ଗିରଫ

ଭୁବନେଶ୍ବର: ଡକାୟତି ପାଇଁ ଚାଲିଥିବା ଯୋଜନା ପଣ୍ଡ କରିଛି ପୁଲିସ। କମିସନରେଟ ପୁଲିସ ୪ ଜଣ ଡକାୟତଙ୍କୁ ଗିରଫ କରିଛି। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ମାରଣାସ୍ତ୍ର ଜବତ କରିଛି। ଗିରଫ ହୋଇଥିବା ୪ ଅଭିଯୁକ୍ତ ନାଁରେ ବିଭିନ୍ନ ଥାନରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଖଣ୍ଡଗିରି ଥାନା ଅନ୍ତର୍ଗତ ଆଇଗଣିଆ ମସାଣି ପଡ଼ିଆରେ ୪ ଜଣ ଅଭିଯୁକ୍ତ ଡକାୟତି ପାଇଁ ଯୋଜନା କରୁଥିଲେ। ଏ ନେଇ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୁଲିସ ପାଟ୍ରୋଲିଂ ସମୟରେ ଘଟଣାସ୍ଥଳରେ ଅତର୍କିତ ଭାବେ ଚଢ଼ଉ କରିଥିଲା। ଅଭିଯୁକ୍ତମାନେ ‌ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୁଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଅଭିଯୁକ୍ତମାନଙ୍କ ଠାରୁ ପୁଲିସ କଟୁରୀ, ଲଙ୍କାଗୁଣ୍ଡ, ଲୁହା ରଡ଼ ଓ ଏକ ବାଇକ୍‌ ଜବତ କରିଛି। ଅଭିଯୁକ୍ତମାନେ ଦିନରେ ଖଣ୍ଡଗିରି ଅଞ୍ଚଳରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରନ୍ତି। ରାତିରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି।

 

Leave A Reply

Your email address will not be published.