ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୦ ଗୁଣା ଚଢା ଦରରେ ବିକୁଥିଲେ ହକି ଟିକେଟ୍‌, ଆଉ ୪ ଜଣଙ୍କୁ ବାନ୍ଧିଲା ପୁଲିସ

ଭୁବନେଶ୍ବର :  ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ ପାଇଁ ସମଗ୍ର ଓଡ଼ିଶାରେ ପ୍ରବଳ ଉତ୍ସାହ ରହିଛି। ରାଉରକେଲା ଓ ଭୁବନେଶ୍ବରରେ ହେଉଥିବା ମ୍ୟାଚକୁ ଦେଖିବା ପାଇଁ ପ୍ରବଳ ଭିଡ ହେଉଛି। ପୂର୍ବରୁ ଅନ୍‌ଲାଇନରେ ଟିକେଟ ବିକ୍ରି ସରିଥିବା ବେଳେ ଅଫଲାଇନରେ ପ୍ରାୟତ ଟିକେଟ ସରିଯାଇଛି। ହକି ବିଶ୍ବକପ୍‌ର ଟିକେଟ୍‌ ଖଣ୍ଡିଏ ପାଇଁ କିଏ ଦିନତମାମ ଖରାରେ ଠିଆ ହୋଇ ହୋଇ ଖାଲି ହାତରେ ଫେରିଛି ତ କିଏ ଅନଲାଇନ୍‌ରେ କାଟିବାକୁ ଯାଇ ବାରମ୍ବାର ବିଫଳ ହୋଇଛି। ଭାରତ ନ ଖେଳୁ ପଛେ, ଯେକୌଣସି ମ୍ୟାଚ୍‌ର ଟିକେଟ ଖଣ୍ଡିଏ ମିଳିଗଲେ କେମିତି ଭିତରୁ ଟିକେ ବୁଲି ଆସନ୍ତେ, ସେଥିପାଇଁ ଖେଳପ୍ରେମୀ ବିଭିନ୍ନ ପ୍ରକାର କସରତ ଚଳାଇଛନ୍ତି। ଆଉ ଏହାର ଫାଇଦା ଉଠାଇଛନ୍ତି କେତେକ କଳାବଜାରୀ। ଏପରି ସୁଯୋଗରେ ଅନଲାଇନ୍‌ରେ ହେଉ କି ଅଫଲାଇନ୍‌ରେ ଚଢ଼ା ଦାମରେ ଟିକେଟ ବିକ୍ରି କରି ମାଲେମାଲ ହେବାକୁ ଚାହିଁବସିଛନ୍ତି।

ଏହି କଳାବଜାରୀମାନେ ୧୦୦ ଟଙ୍କାର ଟିକେଟକୁ ହଜାରେ ଟଙ୍କା, ୨ ଶହ ଟିକଟକୁ ୨ ହଜାର ଓ ୫ ଶହ ଟଙ୍କାର ଟିକଟକୁ ୪ ହଜାର ଟଙ୍କାରେ ବିକ୍ରି କରୁଥିଲେ। ଏହା ଜାଣି ସେମାନଙ୍କୁ ଧରିବାକୁ ଜାଲ ବିଛାଇଥିଲା ପୁଲିସ୍‌। ଆଜି ନୟାପଲ୍ଲୀ ପୁଲିସ ୪ ଜଣ ଟିକେଟ ବ୍ଲାକରଙ୍କୁ ଗିରଫ କରିଛି। ଏହି ୪ଜଣଙ୍କ ନିକଟରୁ ପୁଲିସ ୮ଟି ହକି ଟିକେଟ ସହ ନଗଦ ୧୧ ହଜାର ୪ ଶହ ଟଙ୍କା ଜବତ କରିଛି।

ଏହାପୂର୍ବରୁ ସହିଦନଗର ପୁଲିସ ମଧ୍ୟ ୫ ଜଣ ହକି ଟିକେଟ ବ୍ଲାକରଙ୍କୁ ଗିରଫ କରିଥିଲା। ୫ ଜଣଙ୍କ ମଧ୍ୟରେ ଛାତ୍ର ଓ ସ୍ଥାନୀୟ ଲୋକ ରହିଥିଲେ। ବ୍ଲାକରମାନେ ହକି ଟିକେଟ ବିକ୍ରି ପାଇଁ ସୋଶାଲ ମିଡିଆ ପ୍ଲାଟଫର୍ମକୁ ବ୍ୟବହାର କରୁଥିଲେ। ମ୍ୟାଚ ଦେଖିବାକୁ ଆଗ୍ରହୀ ଲୋକେ କଲ୍‌ କଲେ ସେମାନେ ନିର୍ଦ୍ଦିଷ୍ଟ ଜାଗାକୁ ଡାକୁଥିଲେ। ଏହାପରେ ଅନ୍‌ ଦି ସ୍ପଟ୍‌ ଟଙ୍କା ନେଇ ଟିକେଟ ଦେଉଥିଲେ। ସାଧା ପୋଷାକରେ ପୁଲିସ ଗ୍ରାହକ ଭାବେ ଯାଇ ସେମାନଙ୍କୁ ଗିରଫ କରିଥିଲା। ଏମାନଙ୍କ ନିକଟରୁ ୩୫ଟି ହିକ ଟିକେଟ ସହ ୧୦ ହଜାର ଟଙ୍କା ଜବତ କରାଯାଇଥିଲା।

Leave A Reply

Your email address will not be published.