ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାପା ଆରପାରିକୁ ଚାଲିଗଲେ, ମା ଘର ଛାଡିଦେଲା… ଆଉ ଏବେ ଘର ଘଣ୍ଡିଏ ବି ଅଗ୍ନିକାଣ୍ଡରେ ଜଳିଗଲା

କରଞ୍ଜିଆ : ପାଠପଢ଼ି ମଣିଷ ହେବୁ, ବଡ଼ହେଲେ ବଡ଼ ଚାକିରି କରି ବାପା ମାଆ’ଙ୍କର ଦୁଃଖ ଦୂର କରିବୁ ଏମିତି କିଛି ସ୍ୱପ୍ନ ଦେଖଥିଲେ କରଞ୍ଜିଆ ବ୍ଲକ ବୈଦ୍ୟନାଥ ପଞ୍ଚାୟତ ମୁକୁନା ଗ୍ରାମର  ୪ ଜଣ ଶିଶୁ। ହେଲେ ଦୁର୍ଭାଗ୍ୟର ବିଷୟକି ତାଙ୍କ ସ୍ୱପ୍ନ ସତ ହେବା ଆଗରୁ ଦଇବର ଲେଖନୀ ମୂନ ସେମାନଙ୍କ ପାଇଁ ଆଉ କିଛି ଲେଖିଦେଇଥିଲା। ସମାଜ ଆଗରେ ପାଠପଢ଼ି ଶିକ୍ଷିତ ମଣିଷ ହୋଇ ଠିଆହେବା ଆଗରୁ ବାଳୁତ ମନର ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଗଲା । ଦେଢ଼ ବର୍ଷ ତଳେ ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇ ବାପା ଲେମ୍ବୁ ମୁଣ୍ଡା ମୃତ୍ୟୁବରଣ କରିଥିଲେ।

ବାପାର ମୃତ୍ୟୁ ପରେ  ବହୁ କଷ୍ଟରେ ମା ପାର୍ବତୀ  ଚାରି ସନ୍ତାନଙ୍କୁ ପାଳି ପୋଷିଥିଲେ । ୪ଶିଶୁ ସନ୍ତାନଙ୍କୁ କଷ୍ଟେମଷ୍ଟେ କିଛିଦିନ ଚଳାଇ ଆଣୁଥିଲେ। ତେବେ ଗରିବ ଆଦିବାସୀ ପରିବାରରେ ଏକାକୀ ଗୁଜୁରାଣ ମେଣ୍ଟାଇବା ଚାପରେ ମାନସିକ ଭାରସାମ୍ୟ ହରାଇ ବସିଲେ। ଦିନେ ହଠାତ ନିଜ ପିଲାଙ୍କୁ ଛାଡି କେଉଁ ଆଡେ ଚାଲି ଗଲେ ଯେ ଆଉ ଫେରିଲେନି। ମା କେଉଁଆଡେ ଚାଲିଯିବା ପରେ ବଡ ପୁଅ ଗହ୍ମା ମୁଣ୍ଡା(୧୫) ଗୋଠଗାଈ ଚରାଇ ୩ ଭାଇ ଭଉଣୀଙ୍କୁ ଦାନା ଦେଇ ଆସୁଥିଲେ। ୪ ଅନାଥ ପିଲା ଗୋଟିଏ ଛୋଟିଆ ଚାଳ ଘରେ ମୁଣ୍ଡ ଗୁଞ୍ଜି ଦୁଃଖରେ ରହୁଥିଲେ। କିନ୍ତୁ ଦଇବ ଯେପରି ତାଙ୍କ ଉପରେ ସବୁ ଦୁଃଖ କଷ୍ଟ ଅଜାଡିଲା ପରି ଛୋଟିଆ ଚାଳଟି ମଧ୍ୟ ଅଗ୍ନିକାଣ୍ଡରେ ଭସ୍ମୀଭୂତ ହୋଇଗଲା।

ଖବରପାଇ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ ହେଁ ସଞ୍ଚିତ ଟଙ୍କା, ଖାଦ୍ୟଶସ୍ୟ ଏବଂ ଆସବାବପତ୍ର ଜଳି ସାରିଥିଲା। ସରପଞ୍ଚ ଚିତ୍ତରଞ୍ଜନ ନାୟକଙ୍କ ପ୍ରଚେଷ୍ଟାରେ ୪ ଅନାଶ ଶିଶୁଙ୍କୁ ମାସକର ସଉଦା କିଣି ଦେବା ସହ ପୋଷାକ ପତ୍ର ପ୍ରଦାନ କରିଛନ୍ତି। ଏବେ ୪ଜଣ ଶିଶୁ କ୍ଳବଘରେ ନିଜେ ରୋଷେଇ କରି ଚଳୁଛନ୍ତି। ସରକାରଙ୍କ ପକ୍ଷରୁ ଖୁବ୍‌ଶୀଘ୍ର ଦୁଇ ଅନାଥ ପିଲାଙ୍କୁ ଶିକ୍ଷାଦାନ, ଆର୍ଥିକ ସହାୟତା ଯୋଗାଇ ଦେବାସହ ଥଇଥାନ କରିବାପାଇଁ ଗ୍ରାମବାସୀ ମଧ୍ୟ ନିବେଦନ କରିଛନ୍ତି ।

Leave A Reply

Your email address will not be published.