ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଢିଲା ଚିନ୍ତା: ଓଡ଼ିଶାରୁ ଚିହ୍ନଟ ହେଲେ ଆଉ ୪ ଓମିକ୍ରନ ଆକ୍ରାନ୍ତ

ଭୁବନେଶ୍ବର : ଓଡିଶାରୁ ଚିହ୍ନଟ ହେଲେ ଆଉ ୪ଜଣ ଓମିକ୍ରନ୍‌ ଆକ୍ରାନ୍ତ । ରାଜ୍ୟରେ ମୋଟ ୮କୁ ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ  ଆଇଏଲଏସ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଥିବା ସୂଚନା ମିଳିଛି ।ପୂର୍ବରୁ ଚିହ୍ନଟ ୪ ଆକ୍ରାନ୍ତଙ୍କୁ ମିଶାଇ ସଂଖ୍ୟା ୮କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ୪ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ନାଇଜେରିଆ ଫେରନ୍ତା ହୋଇଥିବା ବେଳେ  ଜଣେ ସାଉଦିଆରବ ଏବଂ ଅନ୍ୟ ଜଣେ ଦୁବାଇ ଫେରନ୍ତା ହୋଇଥିବା ସୂଚନା ମିଳିଛି। ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ରାଜ୍ୟରେ ପ୍ରଥମ ଭାବେ ଚିହ୍ନଟ ହୋଇଥିବା ୨ ଓମିକ୍ରନ୍‌ ଆକ୍ରାନ୍ତ । ଜଣେ ନାଇଜେରିଆରୁ ଆସିଥିବା ବେଳେ ଆଉ ଜଣେ କତାରୁ ଆସିଥିଲେ । ଏହାପରେ ଗତ ୨୩ ତାରିଖ ଦିନ ଆଉ ୨ଜଣ ଚିହ୍ନଟ ହୋଇଥିଲେ । ତେବେ ୨୩ରେ ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ ଭଉଣୀ ନାଇଜେରିଆରୁ ଫେରିଥିଲେ । ଏହାପରେ ସେମାନଙ୍କ ଟେଷ୍ଟ କରାଯାଇଥିଲା । ସେଥିରେ ସେ କରୋନାର ଓମିକ୍ରନ୍‌ ଭାରିୟାଣ୍ଟରେ ସଂକ୍ରମିତ ଥିବା ଜଣାପଡିଥିଲା ।

Leave A Reply

Your email address will not be published.