ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଟକ ବିଡାନାସିରେ ସିରିଜ ଚୋରି ଘଟଣାର ପର୍ଦ୍ଦାଫାଶ: ୪ ଗିରଫ

କଟକ: କଟକ ବିଡାନାସି ଚହଁଟାରେ ସିରିଜ ଚୋରି ଘଟଣାର ପର୍ଦ୍ଦାଫାଶ  ହୋଇଛି। ଏନେଇ କଟକ ଡିସିପି ସମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ଏହି ଘଟଣାରେ ବିଡାନାସି ପୁଲିସ ୪ ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ୮ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ୧୫ ହଜାର ଟଙ୍କାର ଏକ ବୋଲେରୋ ଜବତ କରାଯାଇଛି।  ଏହି ଲୁଟେରା ମାନଙ୍କ ନାଁରେ ସହରର ଏକାଧିକ ଥାନାରେ ମାମଲା ରହିଛି। ଲୁଟେରାଙ୍କ ସମ୍ପର୍କରେ ଖବର ଦେବା ବ୍ୟକ୍ତିଙ୍କ ନାଁ ଗୋପନ ରଖାଯିବା ସହ ତାଙ୍କୁ ପୁରସ୍କୃତ କରାଯିବ ବୋଲି କଟକ ଡିସିପି ପୂର୍ବରୁ ଘୋଷଣା କରିଥିଲେ। ତେବେ ଏକ ସିସିଟିଭି ଫୁଟେଜ ଆଧାରରେ ପୋଲିସ ୪ ଲୁଟେରାଙ୍କୁ କାବୁ କରିଥିବା ଜଣାପଡିଛି ।

Leave A Reply

Your email address will not be published.