ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତାମିଲନାଡୁ: ଚିଡିଆଖାନାର ୪ ସିଂହ କରୋନା ସଂକ୍ରମିତ, ଠାବ ହେଲା ଡେଲଟା ଭାରିଏଣ୍ଟ

ଚେନ୍ନାଇ: ମଣିଷ ପରେ କରୋନା ସଂକ୍ରମିତ ହୋଇଛନ୍ତି ପଶୁ । ସେମାନଙ୍କ ପାଖରୁ ମାରାତ୍ମକ ଡେଲଟା ଭାରିଏଣ୍ଟ ଚିହ୍ନଟ ହୋଇଛି । ତାମିଲନାଡୁ ଭଣ୍ଡାଲୁର ଚିଡିଆଖାନାରେ କରୋନା ସଂକ୍ରମିତ ୪ଟି ସିଂହ ପାଖରୁ ମିଳିଛି ଡେଲଟା ଭାରିଏଣ୍ଟ B.1.617.2। ସେମାନଙ୍କର ଜିନୋମ୍ ସିକ୍ୱେନ୍ସିଂରୁ ସ୍ପଷ୍ଟ ହୋଇଛି ।

ଭଣ୍ଡାଲୁରୁ ଚିଡ଼ିଆଖାନର ୧୧ ସିଂହଙ୍କ ନମୁନା ପରୀକ୍ଷା ପାଇଁ ଭୋପାଳ ସ୍ଥିତ ICAR-NIHSADକୁ ପଠାଯାଇଥିଲା । ଏହାପରେ ଜୁନ୍ ୩ ତାରିଖରେ ୯ ସିଂହଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାପରେ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁରୋଧ ପରେ ସିଂହଙ୍କର କରାଯାଇଥିଲା ଜିନୋମ୍ ସିକ୍ୱେନ୍ସିଂ । ଯେଉଁଥିରେ ଚାରିଟି ସିଂହଙ୍କ ପାଖରେ ଡେଲଟା ଭାରିଏଣ୍ଟ ମିଳିଛି । ପୂର୍ବରୁ ଭଣ୍ଡାଲୁରୁ ଚିଡ଼ିଆଖାନରେ ୯ ବର୍ଷର ନୀଳା ଓ ୧୨ ବର୍ଷ ପଥବନାଥନ୍ ସିଂହର କରୋନାର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.