ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିନ ଦ୍ବିପ୍ରହରରେ ଲୁଟ୍: କଳା ପଲସରରେ ଆସି ଝାମ୍ପିନେଲେ ୪ ଲକ୍ଷ ଟଙ୍କା

ରାଜନଗର: ରାଜନଗରରେ ମାତିଛନ୍ତି ଲୁଟେରା । ଆଜି କଳା ପଲସରରେ ଆସି ଲୁଟେରା ୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ରାଜନଗର ଗାଁର ଅଶୋକ କୁମାର ପ୍ରଧାନ ଆଜି ସାନବଡଗୋପାଳପୁରସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଚେକ ମାଧ୍ୟମରେ ୪ ଲକ୍ଷ ଟଙ୍କା ଉଠାଇଥିଲେ । ସେ ଏହି ଟଙ୍କାକୁ ନିଜ ମୋଟରସାଇକେଲ ଡିକିରେ ରଖି ରାଜନଗର ମେଡିକାଲ ରୋଡରେ ଥିବା ଘର ନିକଟକୁ ଆସିଥିଲେ । ଘର ନିକଟରେ ମୋଟରସାଇକେଲ ରଖି ଡିକିରୁ ଟଙ୍କା କାଢି ହାତରେ ଧରିଥିବା ବେଳେ ହଠାତ୍ ଜଣେ ଯୁବକ ଆସି ଅଶୋକଙ୍କୁ ଧକ୍କା ମାରିଥିଲେ । ଅଶୋକ ତଳେ ପଡିଯିବା ପରେ ତାଙ୍କ ହାତରୁ ଟଙ୍କା ବିଡା ଥିବା ଜରି ଝାମ୍ପି ନେଇଥିଲେ । ଦୁଇଜଣ ଯୁବକ ଏକ କଳା ପଲସରରେ ଅଶୋକଙ୍କୁ ଫଲୋ କରି ବ୍ୟାଙ୍କ ନିକଟରୁ ଆସିଥିଲେ । ଅଶୋକ ଘର ନିକଟରେ ଗାଡି ରଖିବା ପରେ କଳା ପଲସର ଅଳ୍ପ ଦୂରକୁ ଯାଇ ଗାଡି ବୁଲାଇ ରାଜନଗର ହଂସୁଆ ସେତୁ ଆଡକୁ ମୁହଁ କରି ରହିଥିଲା । ଗାଡି ଷ୍ଟାର୍ଟରେ ରଖି ଜଣେ ଯୁବକ ବସିଥିବା ବେଳେ ଅନ୍ୟଜଣେ ଯୁବକ ଓହ୍ଲାଇ ଅଶୋକଙ୍କ ହାତରୁ ଟଙ୍କା ବିଡା ଝାମ୍ପି ନେଇ ଗାଡିରେ ବସିଥିଲେ । ଗାଡିଟି ଦ୍ରୁତ ଗତିରେ ଯିବା ସମୟରେ ଅଶୋକ ଚିତ୍କାର କରି ତାଙ୍କୁ ଗୋଡାଇ ଥିଲେ। ଏହାପରେ ତାଙ୍କ ପୁଅ ମୋଟର ସାଇକେଲରେ ଲୁଟେରାଙ୍କୁ ଫଲୋ କରିଥିଲେ ମଧ୍ୟ ଧରି ପାରିନଥିଲେ । ଲୁଟେରା ପଟ୍ଟାମୁଣ୍ଡାଇ ଆଡକୁ ଦ୍ରୁତ ଗତିରେ ପଳାଇଥିଲେ । ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ ମଧ୍ୟ ରିପୋର୍ଟ ଲେଖା ହେବା ଯାଏଁ ଲୁଟେରାଙ୍କ ସନ୍ଧାନ ପାଇ ପାରିନାହିଁ।

Leave A Reply

Your email address will not be published.