ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡାକ୍ତରୀ ଛାତ୍ରଙ୍କ ଅଭିଭାବକଙ୍କ ଠାରୁ ଆତ୍ମସାତ ୪.୫୨ଲକ୍ଷ ଟଙ୍କା ଉଦ୍ଧାର, ରାଜସ୍ଥାନରୁ ଅଭିଯୁକ୍ତକୁ ଗିରଫ କଲା ବାରିପଦା ପୁଲିସ

ବାରିପଦା:ଜଣେ ଡ଼ାକ୍ତରୀ ଛାତ୍ରଙ୍କ ପାଠପଢ଼ା ବାବଦକୁ ଟଙ୍କା ତାଙ୍କ ବାପାଙ୍କ ଠାରୁ ୪ଲକ୍ଷ ୫୨ହଜାର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ବାରିପଦା ଟାଉନ ପୁଲିସ ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଗିରଫ କରିବା ପରେ ବୁଧବାର କୋର୍ଟ ଚାଲାଣ କରିଛି । ତତସହିତ ଆତ୍ମସାତ ଟଙ୍କା ଅଭିଯୁକ୍ତଙ୍କ ଆକାଉଣ୍ଟରୁ ଫେରାଇ ଛାତ୍ରଙ୍କ ବାପାଙ୍କୁ ହସ୍ତାନ୍ତର କରିଛି ପୁଲିସ । ଅଭିଯୁକ୍ତ ଜଣଙ୍କ ହେଲେ ରାଜସ୍ଥାନର ବିକନେର ଜିଲ୍ଲା ବାଜ୍ଜୁ ଥାନା, ୧୮୪ ନାଗରସାରଥ ଲୋକାୟତର ଭାଗିରଥ ରାମଙ୍କ ପୁଅ ବିଜୟ ପାଲ ଦାରା(୨୯) । ବିଜୟ ଜଣେ ଆରମେନିଆର ଏମବିବିଏସ ଛାତ୍ର । ନିଜ ଶିକ୍ଷାନୁଷ୍ଠାନ ପାଇଁ ଭାରତର ବିଭିନ୍ନ ରାଜ୍ୟରୁ ସେ ପିଲା ସଂଗ୍ରହ କରି ଯୋଗାଇଥାନ୍ତି ।

ପୁଲିସ ସୁତ୍ରରୁ ପ୍ରକାଶ ଯେ, ବାରିପଦା ପୌରପରିଷଦର ୱାଡର଼୍ ନଂ୨୪ କାଳିକାପୁରର କୃଷ୍ଣ କେଶବ ଦାସଙ୍କ ପୁଅ ଦେବଦ୍ୟୁତି ଦାସ ଆରମେନିଆ ମେଡ଼ିକାଲ କଲେଜର ୫ବର୍ଷ ଛାତ୍ର ଅଟନ୍ତି । ଡ଼ାକ୍ତରୀ ପାଠପଢ଼ା ଖର୍ଚ୍ଚ ବାବଦକୁ କୃଷ୍ଣକେଶବ ଅଭିଯୁକ୍ତ ବିଜୟଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ୪ଟି କିସ୍ତିରେ ଗତବର୍ଷ ଯଥାକ୍ରମେ ୧ଲକ୍ଷ ୧୧ହଜାର, ୧ଲକ୍ଷ ୧୧ହଜାର ,୨ଲକ୍ଷ ୨୩ହଜାର ଓ ଅନ୍ୟ ଟଙ୍କା ମିଶି ମୋଟ ୪ଲକ୍ଷ ୫୨ହଜାର ଟଙ୍କା ଭଞ୍ଜପୁର ଏସବିଆଇ ବ୍ୟାଙ୍କ ଶାଖାରୁ ଏନିଏଫଟି ଏବଂ ଆରଟିଜିଏସ ଜରିଆରେ ପ୍ରଦାନ କରିଥିଲେ । ମାତ୍ର ଏହି ଟଙ୍କା ଶିକ୍ଷାନୁଷ୍ଠାନରେ ବିଜୟ ଜମା କରି ନଥିଲେ । ଗତ ମଇ ୨୦ତାରିଖରେ କୃଷ୍ଣ କେଶବ ଏହା ଜାଣିବା ପରେ ବିଜୟଙ୍କ ସହିତ ଯୋଗାଯୋଗ କରିଥିଲେ ହେଁ ସେ ଧ୍ୟାନ ଦେଇ ନଥିଲେ । ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କ ପାଠପଢ଼ା ଫି ଜମା ହୋଇ ନଥିବା କାରଣରୁ ଦେବଦ୍ୟୁତି ସେମିଷ୍ଟାର ପରୀକ୍ଷା ଦେବାରୁ ବଞ୍ଚିତ ରହିଲେ । ଫଳରେ କୃଷ୍ଣ କେଶବ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବାରୁ ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି ବ୍ୟାଙ୍କ କାରବାରର ସମସ୍ତ ବିବରଣୀ ତଦନ୍ତ କରି ଏସପି ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କୁ ଜଣାଇଥିଲେ । ଏସପିଙ୍କ ନିର୍ଦେଶରେ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯିବା ସହିତ ତାଙ୍କ ବିଷୟରେ ସମସ୍ତ ବିବରଣୀ ସଂଗ୍ରହ କରି ଜଣେ ସ୍ୱତନ୍ତ୍ର ପୁଲିସ ଅଫିସରଙ୍କୁ ରାଜସ୍ଥାନ ପଠାଇଥିଲେ । ରାଜସ୍ଥାନ ପୁଲିସ ସହାୟତାରେ ଅଭିଯୁକ୍ତଙ୍କୁ ତାଙ୍କ ଘରୁ ଗିରଫ କରିବା ପରେ ଉପରୋକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । କୃଷ୍ଣ କେଶବ ତାଙ୍କର ଟଙ୍କା ଫେରି ପାଇବା ପରେ ମୟୂରଭଞ୍ଜ ପୁଲିସକୁ କୃତଜ୍ଞତା ଜଣାଇଛନ୍ତି । ଅଜଣା ଲୋକଙ୍କୁ ଏପରି ଟଙ୍କ ଦେଣନେଣ ସମୟରେ ସମସ୍ତେ ସଚେତନ ରହିବାକୁ ଆଇଆଇସି ଶ୍ରୀ ସେନାପତି କହିଛନ୍ତି ।

Leave A Reply

Your email address will not be published.