ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏସ୍‌ସିବିରେ ପହଞ୍ଚିଲା ୪ ଏକମୋ ମେସିନ୍, ମାଗଣରେ ଚିକିତ୍ସିତ ହେବେ ଗୁରୁତର ରୋଗୀ

କଟକ: ଏସସିବି ମେଡିକାଲରେ ପହଞ୍ଚିଲା ଆଉ ୪ଟି ଏକ୍‌ମୋ ମେସିନ । ଏହାକୁ ମିଶାଇ ତିନୋଟି ପର୍ଯ୍ଯାୟରେ ମୋଟ ୯ଟି ଏକମୋ ମେସିନ ଆସିଛି । ଏଥିପାଇଁ ଆବଶ୍ୟକ ବୈଷୟିକ ଟିମ୍‌କୁ ଚୟନ କରାଯାଇ ସେମାନଙ୍କୁ ଏବେ କୋଲକାତାକୁ ଟ୍ରେନିଂ ପାଇଁ ପଠାଯାଇଛି। ପରେ ଏହି ସବୁ ମେସିନକୁ ଲଗାଯାଇ ଅଗଷ୍ଟ ୧୫ରେ ଉଦଘାଟନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ଫଳରେ ଅତି ଗୁରୁତର ତଥା ଆବଶ୍ୟକ ରୋଗୀ ମାଗଣାରେ ଏସସିବିରେ ଏକମୋ ଚିକିତ୍ସା ପାଇପାରିବେ।

ସୂଚନା ଯୋଗ୍ୟ ଯେ, କରୋନା ଦ୍ୱିତୀୟ ଲହରରେ ଲୋକେ ବିଶେଷ ଭାବେ ଫୁସଫୁସ୍ ଜନିତ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଆଉ ଏହାର ଚିକିତ୍ସା ଦିଗରେ ଏକମୋ ବେଶ ଫଳପ୍ରଦ ହୋଇଥିବା ବେଳେ ଏଥିଲାଗି ବାହାର ରାଜ୍ୟକୁ ଲୋକଙ୍କୁ ଯିବାକୁ ପଡ଼ୁଥିଲା । ଏଣୁ ଏହି ସୁବିଧାକୁ ରାଜ୍ୟରେ ଯୋଗାଇଦେବା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ସହ ବିଦେଶରୁ ଏହି ମେସିନ୍ ଆମଦାନୀ କରିଛନ୍ତି । ଯାହା ଫଳରେ ଲୋକେ ଫୁସଫୁସ୍ ଜନିତ ରୋଗର ଚିକିତ୍ସା ସହଜରେ କରାଇପାରିବେ । ଏବଂ ଏଭଳି ଚିକିତ୍ସା ଲାଗି ଆଉ ବାହାର ରାଜ୍ୟକୁ ମଧ୍ୟ ଯିବାକୁ ପଡ଼ିବନାହିଁ ।

Leave A Reply

Your email address will not be published.