ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନାମାଙ୍କନପତ୍ର ଦାଖଲ କଲେ ବିଜେଡିର ୪ ରାଜ୍ଯସଭା ପ୍ରାର୍ଥୀ

ଭୁବନେଶ୍ବର: ବିଜେଡିର ୪ ରାଜ୍ଯସଭା ପ୍ରାର୍ଥୀ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଧାନସଭାର ସ୍ବତନ୍ତ୍ର ପ୍ରକୋଷ୍ଠରେ ଏହି ନାମାଙ୍କନ ଦାଖଲ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ବିଜେଡିର ୪ ଜଣ ରାଜ୍ୟସଭା ପ୍ରାର୍ଥୀ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ସୁଲତା ଦେଓ ଏବଂ ନିରଞ୍ଜନ ବିଶି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ପ୍ରଥମେ ସୁଲତା ଦେଓ ନାମାଙ୍କନ ଦାଖଲ କରିଥିଲେ। ୩ ସେଟ ପ୍ରାର୍ଥିପତ୍ର ଦାଖଲ କରିଥିଲେ ସୁଲତା ଦେଓ। ରିଟର୍ଣ୍ଣିଂ ଅଫିସର ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ନିକଟରେ ଦାଖଲ କରାଯାଇଛି। ସୁଲତାଙ୍କ ପରେ ମାନସ ମଙ୍ଗରାଜ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ମାନସଙ୍କ ପରେ ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପ୍ରତି ପ୍ରାର୍ଥୀଙ୍କ ପାଇଁ ୧୦ ଜଣ ଲେଖାଏଁ ପ୍ରସ୍ତାବକ ଉପସ୍ଥିତ ଅଛନ୍ତି। ଏଥିସହ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ,ମନ୍ତ୍ରୀ , ବିଧାୟକ, ସାଂସଦ , ପୂର୍ବତନ ସାଂସଦମାନେ ଉପସ୍ଥିତ ଅଛନ୍ତି।

Leave A Reply

Your email address will not be published.