ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଇଂଲଣ୍ଡ ବୋଲରଙ୍କ ଆଗରେ ଆତ୍ମସମର୍ପଣ କଲା ବିରାଟ ବାହିନୀ, ୩ୟ ଟେଷ୍ଟରେ ଗୋଟିଏ ଇନିଂସ ଓ ୭୬ ରନ୍‌ରେ ଭାରତ ପରାସ୍ତ

ଲିଡ୍‌ସ : ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଶୋଚନୀୟ ପରାଜୟ ବରଣ କରିଛି ଭାରତ। ଇଂଲଣ୍ଡ ବୋଲ୍‌ରଙ୍କ ଶାଣିତ ବୋଲିଂ ଆଗରେ ତିଷ୍ଠି ପାରିନାହାନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍‌। ତୃତୀୟ ଟେଷ୍ଟରେ ଏକ ଇଂନିସ ଏବଂ ୭୬ ରନରେ ଇଂଲିଶ୍ ଟିମ୍‌ ବାଜି ମାରିନେଇଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବେ ୧-୧ ସ୍ଥିତିରେ ବରାବର ହୋଇଛି।


ତୃତୀୟ ଦିନ ଭାରତର ସ୍କୋର ୨୧୫/୨ ରୁ ଖେଳଶେଷ କରିଥିଲା। ଚତୁର୍ଥ ଦିନ ଖେଳ ଆରମ୍ଭରୁ ଆଶା କରାଯାଉଥିଲା ଭାରତ ଏକ ଭଲ ସ୍କୋର କରିବ କିନ୍ତୁ କିନ୍ତୁ ଚେତେଶ୍ବର ପୂଜାରା ନିଜର ଗତ କାଲିର ସ୍କୋର ୯୧ ଠାରୁ ଆଗକୁ ଆଗେଇ ପାରିନଥିଲେ । ପୂଜାରା ଆଉଟ ହେବା ପରେ ଭାରତ ବିରାଟ କୋହଲି(୫୫ ରନ), ଅଜିଙ୍କ୍ୟ ରାହାଣେ ଓ ଋଷଭ ପନ୍ତଙ୍କ ଓ୍ବିକେଟ ହରାଇଥିଲା । ତେବେ ରବିନ୍ଦ୍ର ଜାଦେଜା ୨୫ ବଲରୁ ୩୦ ରନ କରି କିଛି ସମୟ ଲଢେଇ କରିଥିଲେ । ତେବେ ସେ ଆଉଟ ହେବା ପରେ ମହମ୍ମଦ ସମୀ ଓ ଇଶାନ୍ତ ଶର୍ମା ମଧ୍ୟ ଆଉଟ ହୋଇଯାଇଥିଲେ।


ଇଂଲଣ୍ଡ ପକ୍ଷରୁ ଓଲି ରବିନସନ୍‌ ଭାରତର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଥିଲେ । ୨୬ ଓଭରରେ ୬୫ ରନଦେଇ ୫ଟି ଓ୍ବିକେଟ ନେଇଛନ୍ତି ରବିନସନ୍‌ । ସେହିଭଳି ଜେମସ୍‌ ଆଣ୍ଡରସନ ଗୋଟିଏ ଓ୍ବିକେଟ, ଓଭରଟନ୍‌ ୩ଟି ଏବଂ ମୋଇନ ଅଲ୍ଲୀ ଗୋଟିଏ ଓ୍ବିକେଟ ନେଇଛନ୍ତି ।


ଏହି ଟେଷ୍ଟରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । କିନ୍ତୁ ଭାରତୀୟ ଦଳ ଇଂଲଣ୍ଡ ବୋଲରଙ୍କ ସମ୍ମୁଖୀନ ହୋଇ ନପାରି ନିଜର ପ୍ରଥମ ଇନିଂସରେ ମାତ୍ର ୭୮ ରନରେ ଅଲ ଆଉଟ ହୋଇଯାଇଥିଲା । ଏହାର ଜବାବରେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୪୩୨ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଜୋ ରୁଟ ୧୨୧ ରନ କରିଥିଲେ ।

Leave A Reply

Your email address will not be published.