ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୩-୦୭-୨୦୨୧ )

ମେଷ:ଦିନଟି ଚଳଚଞ୍ଚଳ ରହିବ। ଅତିଥିଙ୍କ ଆଗମନ ହୋଇପାରେ। ରାଜନୀତିରେ ଉତ୍ତେଜନା ପରିସ୍ଥିତି ରହିବ। ଶିଳ୍ପ ଓ ବାଣିଜ୍ୟ ଉତ୍ସାହଜନକ ରହିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

ବୃଷ:ବିଭିନ୍ନ ଉପାୟରେ ଉପାର୍ଜନ କରିବେ। ପ୍ରଶାସନିକ ଓ ରାଜନୀତିରେ ପ୍ରସିଦ୍ଧି ବଢିବ। ମହିଳାମାନେ ସୁଖୀ ରହିବେ। ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ମିଥୁନ:କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ଚାକିରିରେ ପଦମର୍ଯ୍ୟାଦା ବୃଦ୍ଧି ହେବ। ପ୍ରଶାସନିକ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ଆୟବୃଦ୍ଧି ହେବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

କର୍କଟ:ସମାଜରେ ପ୍ରସିଦ୍ଧି ବୃଦ୍ଧି ପାଇବ। ପ୍ରଶାସନିକ ସକ୍ରିୟ ରହିବେ। ମହିଳାମାନେ ଆଦରଣୀୟା ହେବେ। ପରିବହନ ଓ ବାଣିଜ୍ୟରେ ଉନ୍ନତି ହେବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ଏଥିସହିତ ପଢ଼ନ୍ତୁ

ସିଂହ:ବହୁ ଚେଷ୍ଟା କରି ସାମାନ୍ୟ ଫଳ ପାଇବେ।ଅନ୍ୟକୁ ସାହାଯ୍ୟ କରି ସମସ୍ୟାରେ ପଡ଼ିପାରନ୍ତି। ମହିଳାମାନେ ଆଳସ୍ୟ ପରାୟଣା ରହିବେ। ବାଣିଜ୍ୟରେ ମାନ୍ଦା ରହିବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

କନ୍ୟା:କର୍ମକ୍ଷେତ୍ରରେ ବିଷମ ପରିସ୍ଥିତି ରହିବ। ଚାକିରିରେ ଚିନ୍ତାଜନକ ସ୍ଥିତି ରହିବ। ମହିଳାମାନେ ହତୋତ୍ସାହ ରହିବେ।ବାଣିଜ୍ୟ ନୈରାଶ୍ୟଜନକ ରହିବ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ତୁଳା:ଦିନଟି ପ୍ରସନ୍ନତା ଭିତରେ କଟିବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ପ୍ରଶାସନିକ ପ୍ରଶଂସା ପାଇବେ। ଶିଳ୍ପ ଓ ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ବିଛା:ପରିଶ୍ରମର ଫଳ ଯଥାର୍ଥ ମିଳିବ। ଚାକିରିରେ ନିଷ୍ଠାପର ରହିବେ। ରାଜନୀତିରେ ନେତୃତ୍ୱ ନେଇ ସଫଳ ହେବେ। ପରିବହନ ଓ ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

ଧନୁ:ଦିନଟିରେ ସାଧାରଣ ଫଳ ପାଇବେ। ମହିଳାମାନେ ବିରକ୍ତିମନା ରହିବେ। ଚାକିରିରେ କାର୍ଯ୍ୟଭାର ରହିବ। ବାଣିଜ୍ୟରେ ସ୍ବଳ୍ପ ଆୟ ହେବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ମକର:ଦିନଟି ଚଳଚଞ୍ଚଳ ରହିବେ। ଚାକିରିରେ ଅସହଯୋଗ ରହିବ। ମହିଳାମାନେ ରକ୍ଷଣଶୀଳ ହେବେ। ଶିଳ୍ପ ଓ ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

କୁମ୍ଭ:ସମାଜରେ ପ୍ରତିଷ୍ଠିତ ହେବେ। ପ୍ରଶାସନିକ ଓ ରାଜନୀତିରେ ପ୍ରଭାବଶାଳୀ ରହିବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ମୀନ:ପ୍ରତିଟି କାର୍ଯ୍ୟ ମନ୍ଥର ରହିବ। ଚାକିରିରେ ସମସ୍ୟା ରହିବ। ମହିଳାମାନେ ଚିନ୍ତାରେ ରହିବେ। ପରିବହନ,ଶିଳ୍ପ ଓ ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

Leave A Reply

Your email address will not be published.