ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା: କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର ୩୮ ଟି ସ୍କ୍ୱାର୍ଡ, ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ସମ୍ପୂର୍ଣ୍ଣ ବାରଣ

କଟକ: ରାଜ୍ୟରେ ଆସନ୍ତା ଏପ୍ରିଲ ୨୯ ରୁ ଆରମ୍ଭ ହୋବାକୁ ଯାଉଛି ମାଟ୍ରିକ ପରୀକ୍ଷା। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଏହି ମାଟ୍ରିକ ପରୀକ୍ଷା ସୂଚିରେ ସାମାନ୍ଯ ପରିବର୍ତ୍ତନ କରାଯାଇଛି। ଦ୍ବିତୀୟ ସିଟିଂରେ ହେବାକୁ ଥିବା ପରୀକ୍ଷା ପ୍ରଥମ ସିଟିଂରେ ହେବ । ସେକେଣ୍ଡ ସିଟିଂରେ ହେବାକୁ ଥିବା ମଧ୍ୟମା, ଓପନ ସ୍କୁଲର ପରୀକ୍ଷା ପ୍ରଥମ ସିଟିଂରେ ହେବ। ମେ ୨ ଓ ୪ ତାରିଖରେ ରେ ହେବାକୁ ଥିବା ମଧ୍ୟମା ପରୀକ୍ଷା ୯ ଓ ୧୦ ତାରିଖକୁ ଘୁଞ୍ଚିଛି। ସେହିପରି ଓପନ ସ୍କୁଲର ୩ଟି ପରୀକ୍ଷା ୮, ୯ ଓ ୧୦ ତାରିଖରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ବୋର୍ଡ଼ ସଭାପତି ରମାସିସ ହାଜାରା ସୂଚନା ଦେଇଛନ୍ତି ।

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା ସେଣ୍ଟରରେ ପାନୀୟ ଜଳ, ଓଆରଏସ ରଖିବାକୁ କୁହାଯାଇଛି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ସମ୍ପୂର୍ଣ୍ଣରୂପେ ବାରଣ କରାଯାଇଛି। ସେଣ୍ଟର ସୁପରିଟେଣ୍ଡଣ୍ଟଙ୍କ ବ୍ୟତୀତ ଅନ୍ୟ କାହା ପାଖରେ ପରୀକ୍ଷା ସମୟରେ ମୋବାଇଲ ରହିବ ନାହିଁ । ସୁପରିଟାଣ୍ଡେଣ୍ଟ ମଧ୍ୟ ସବୁ ସମୟରେ ମୋବାଇଲ ବ୍ୟବହାର କରିପାରିବେ ନାହିଁ । ବୋର୍ଡ ସହ ହେଉ କି ଜିଲ୍ଲା ଶିକ୍ଷା ଅଧିକାରୀ ଅଥବା ପୋଲିସ ସହ ହେଉ, ଆବଶ୍ୟକ ହେଲେ କେବଳ ମୋବାଇଲ ବ୍ୟବହାର କରିପାରିବେ । ଅନ୍ୟ କାହାରିଙ୍କୁ ପରୀକ୍ଷା କେନ୍ଦ୍ର ମଧ୍ୟକୁ ମୋବାଇଲ ନେବାକୁ ଅନୁମତି ନାହିଁ । ଏମିତି କି ବୋର୍ଡର ସ୍କ୍ବାଡ ଗଲେ ବି ସେମାନେ ପରୀକ୍ଷା ହଲ୍ ମଧ୍ୟକୁ ମୋବାଇଲ ନେଇ ଯାଇପାରିବେନି । ସୁପରିଟେଣ୍ଡେଣ୍ଟଙ୍କ ପାଖରେ ମୋବାଇଲ ରଖି ସ୍କ୍ବାଡ ହଲକୁ ଯାଇ ପରିଦର୍ଶନ କରିବେ । ଯାହା ପାଖରୁ ମୋବାଇଲ ମିଳିବ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ ।

ଆସନ୍ତା ଏପ୍ରିଲ ୨୯ ରୁ ମେ ୬ ଯାଏଁ ସକାଳ ୮ ଟା ରୁ ୧୦ଟା ମାଟ୍ରିକ ପରୀକ୍ଷା ହେବ । ଏଥର ସମୁଦାୟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ଦେବେ ମାଟ୍ରିକ ପରୀକ୍ଷା । ପ୍ରାୟ ୩୫ ହଜାରରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ପରୀକ୍ଷା ପରିଚାଳନା କରିବେ। ହିଟ୍ ୱେଭ୍ ପାଇଁ ପରୀକ୍ଷା କେନ୍ଦ୍ରରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ପାଣି ରହିବ । କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର ୩୮ ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ୩୩୦୩ ପରୀକ୍ଷା କେନ୍ଦ୍ର ୩୧୫ ନୋଡାଲ ସେଣ୍ଟରରେ ପରୀକ୍ଷା ହେବ । ସମ୍ବେଦନଶୀଳ ସ୍ଥାନରେ ୨୧ ଟି ପୁଲିସ ଷ୍ଟେସନ ନୋଡାଲ ସେଣ୍ଟର ସ୍ଥାପନ କରାଯାଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.