ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ବରରୁ ଆଜି ୩୭୯ ପଜିଟିଭ୍ ଚିହ୍ନଟ, ୨୭୦ ଲୋକାଲ୍‌ କେସ୍‌

ଭୁବନେଶ୍ବର  : ରାଜଧାନୀ ଭୁବନେଶ୍ବରରୁ ଆଜି ୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୧୦୯ ଜଣ ଓ ଲୋକାଲ୍‌ କଣ୍ଟାକ୍ଟ କେସ୍‌ରୁ ୨୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୧୦୯ ଜଣଙ୍କ ମଧ୍ୟରୁ ପଟିଆରୁ ୧୪ ଜଣ ଥିବା ବେଳେ, ନୟାପଲ୍ଲୀରୁ ୯ ଜଣ, ଝାରପଡ଼ାରୁ ୭, ଖଣ୍ଡଗିରି, ବିଜେବି ନଗର ଓ ରସୁଲଗଡ଼ରୁ ୫ ଜଣ ଲେଖାଏଁ, ସତ୍ୟନଗର, ମଞ୍ଚେଶ୍ବର, ଓଲ୍ଡ ଟାଉନ ଓ କଳିଙ୍ଗ ବିହାରରୁ ୪ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ସ୍ଥାନୀୟ ସଂକ୍ରମିତ ମଧ୍ୟରୁ ଓଲ୍ଡ ଟାଉନରୁ ୧୭, ନୟାପଲ୍ଲୀରୁ ୧୫, ପଟିଆରୁ ୧୩, ଚନ୍ଦ୍ରଶେଖରପୁରରୁ ୧୦, ମଞ୍ଚେଶ୍ବରରୁ ୮, ଖଣ୍ଡଗିରିରୁ ୧୧, ନିଳାଦ୍ରୀ ବିହାରରୁ ୧୦, ସାମନ୍ତରାପୁର, ଟଙ୍କପାଣି ରୋଡରୁ ୭ ଜଣ ଲେଖାଏଁ, ଡୁମଡୁମା, କଳ୍ପନା, ଲକ୍ଷ୍ମୀସାଗର, ସତ୍ୟନଗର, ସୁନ୍ଦରପଦା, ଜାଗମରାରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୬୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଆଜି ସୁଦ୍ଧା ଭୁବନେଶ୍ବରରେ ୩୪୭୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୩୨୬୧୪ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୯୪ଜଣ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଆଜି ସୁଦ୍ଧା ଭୁବନେଶ୍ବରରେ ୨୫୦ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Leave A Reply

Your email address will not be published.