ରାଜ୍ୟରେ କାୟା ମେଲାଉଛି କରୋନା : ୨୪ ଘଣ୍ଟାରେ ୩୬୬୪ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ୭୦୪

ଭୁବନେଶ୍ବର : ରାଜ୍ୟରେ ବେକାବୁ ହେବାରେ ଲାଗିଛି କରୋନା ମହାମାରୀ। ଧିରେ ଧିରେ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଲଗାତାର ଚତୁର୍ଥ ଦିନ ପାଇଁ ରାଜ୍ୟରେ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩୬୬୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୨୭ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୫୩୭ଟି ହେଉଛି ଲୋକାଲ୍ କେସ୍ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ପ୍ରଦାନ କରିଛି।
Covid-19 Report For 17th April
New Positive Cases: 3664
In quarantine: 2127
Local contacts: 1537(Details of local contacts will be shared by concerned Dist Administration)
District Wise Cases:
1. Angul: 59
2. Balasore: 39
3. Bargarh: 210
4. Bhadrak: 27
5. Balangir: 79— I & PR Department, Odisha (@IPR_Odisha) April 18, 2021
ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା ୩୬୬୪ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୪ ପଜିଟିଭ୍ ରହିଥିବା ବେଳେ ସୁନ୍ଦରଗଡରୁ ୩୪୦, କଳାହାଣ୍ଡିରୁ ୩୨୪, ନୂଆପଡାରୁ ୨୨୧,ବରଗଡ଼ରୁ ୨୧୦, ସମ୍ବଲପୁରରୁ ୧୯୯, କଟକରୁ ୧୯୮, ଝାରସୁଗୁଡ଼ାରୁ ୧୮୩ ଓ ମୟୂରଭଞ୍ଜ ଜିଲ୍ଲାରୁ ୧୧୯ ଜଣ ଚିହ୍ନଟ ହୋଇଛନ୍ତି।
22. Mayurbhanj: 119
23. Nawarangpur: 81
24. Nayagarh: 28
25. Nuapada: 221
26. Puri: 143
27. Rayagada: 57
28. Sambalpur: 199
29. Sonepur: 16
30. Sundargarh: 340
31. State Pool: 155New recovery: 1303
Cumulative tested: 9599877
Positive: 368258
Recovered: 344825
Active case: 21436— I & PR Department, Odisha (@IPR_Odisha) April 18, 2021
ସେହିପରି ଅନୁଗୁଳ ଜିଲ୍ଲାରୁ ୫୯ଜଣ, ବାଲେଶ୍ୱର ଜିଲ୍ଲାରୁ ୩୯ଜଣ, ଭଦ୍ରକ ଜିଲ୍ଲାରୁ ୨୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୯ଜଣ, ବୌଦ୍ଧ ଜିଲ୍ଲାରୁ ୬ଜଣ, ଦେଓଗଡ଼ ଜିଲ୍ଲାରୁ ୩୦ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୭ଜଣ, ଗଜପତି ଜିଲ୍ଲାରୁ ୬୩ଜଣ, ଗଞ୍ଜାମ ଜିଲ୍ଲାରୁ ୬୬ଜଣ, ଜଗତସିଂହପୁର ଜିଲ୍ଲାରୁ ୬୮ଜଣ, ଯାଜପୁର ଜିଲ୍ଲାରୁ ୫୮ଜଣ, କନ୍ଧମାଳ ଜିଲ୍ଲାରୁ ୧୬ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୯ଜଣ, କେନ୍ଦୁଝର ଜିଲ୍ଲାରୁ ୫୬ଜଣ, କୋରାପୁଟ ଜିଲ୍ଲାରୁ ୩୯ଜଣ, ମାଲକାନଗିରି ଜିଲ୍ଲାରୁ ୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୧ଜଣ, ନୟାଗଡ଼ ଜିଲ୍ଲାରୁ ୨୮ଜଣ, ପୁରୀ ଜିଲ୍ଲାରୁ ୧୪୩ଜଣ, ରାୟଗଡ଼ା ଜିଲ୍ଲାରୁ ୫୭ଜଣ, , ସୋନପୁର ଜିଲ୍ଲାରୁ ୧୬ଜଣ, ଷ୍ଟେଟ୍ ପୁଲ୍ରୁ ୧୫୫ଜଣ ରହିଛନ୍ତି ।
ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୬୮୨୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୪୩୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୪୪୮୨୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୫୯୯୮୭୭ ସାମ୍ପୁଲ ଟେଷ୍ଟ୍ ହୋଇଛି