ସୁନ୍ଦରଗଡ ନବୋଦୟ ବିଦ୍ୟାଳୟରେ ୩୬ ଛାତ୍ରଛାତ୍ରୀ କୋରୋନା ଆକ୍ରାନ୍ତ

ସୁନ୍ଦରଗଡ : ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ପୁଣିଥରେ ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା। ଗତ ଦୁଇ ଦିନ ତଳେ  ୫୦୦ ତଳେ ରହୁଥିବା ଦୈନିକ ସଂକ୍ରମଣ ଏବେ ୧୨ ଶହ ଟପିଯାଇଛି। ସବୁଠୁ ବଡ କଥା ହେଉଛି ବର୍ତ୍ତମାନ ଶିକ୍ଷାନୁଷ୍ଠାନରୁ ଅନେକ ମାତ୍ରାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ସୁନ୍ଦରଗଡ ସର୍ଗିପାଲି ଜିଙ୍କ୍‌ନଗର ସ୍ଥିତ ନବୋଦୟ ବିଦ୍ୟାଳୟର ୩୬ ଜଣ ଛାତ୍ରଛାତ୍ରୀ କୋରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋରୋନାର ସାମାନ୍ୟ ଲକ୍ଷଣ ଦେଖାଯାଇଥିବା ସିଡିଏମଓ କହିଛନ୍ତି । ଆଜି ବିଦ୍ୟାଳୟକୁ ବନ୍ଦ କରିଦିଆଯାଇଛି । ବିଦ୍ୟାଳୟକୁ ବିଶୋଧନ କରାଯିବ । କୋରୋନା ପଜିଟିଭ ଛାତ୍ରଛାତ୍ରୀଙ୍କୁ ଆଇସୋଲେସନରେ ରଖାଯାଇଛି ।

ଏକାସାଙ୍ଗରେ ଏତେ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ହେବା ଚିନ୍ତାର ବିଷୟ ପାଲଟିଛି।ସମସ୍ତଙ୍କର ସାମନ୍ୟ ଲକ୍ଷଣ ରହିଛି । ସମସ୍ତ ଛାତ୍ରଛାତ୍ରୀଙ୍କୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ସେମାନେ ନିଜ ଘରେ ଆଇସୋଲେସନ୍‌ରେ ଅଛନ୍ତି। ନିୟମିତ ଭାବେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କଡ଼ା ନଜର ରଖାଯାଇଛି । ଆବଶ୍ୟକ ଅନୁସାରେ ସଂକ୍ରମିତଙ୍କୁ ମେଡିକାଲରେ ଭର୍ତ୍ତି କରାଯିବ ବୋଲି  ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ  ସୂଚନା ଦେଇଛନ୍ତି।

Leave a comment