ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଞ୍ଜଶୀରରେ ୩୫୦ ଜଣ ତାଲିବାନୀ ନିପାତ

କାବୁଲ: ପଞ୍ଜଶୀରରେ ୩୫୦ ଜଣ ତାଲିବାନୀ ନିପାତ। ସେଠକାର ସାମ୍ୱାଦିକ ନାତିକ ମାଲିକଜାଦା ଦ୍ୱାରା କରାଯାଇଥିବା ଟ୍ୱିଟ୍ ଅନୁଯାୟୀ ଆଫଗାନିସ୍ତାନର ପଞ୍ଜଶୀରର ପ୍ରବେଶ ପଥ ଗୁଲବାହାର ଅଞ୍ଚଳରେ ତାଲିବାନ ସୈନିକ ଏବଂ ନର୍ଦନ ଏଲାଏନ୍ସ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । କେବେଳେ ସେତିକି ନୁହେଁ ଏଠାରେ ତାଲିବାନୀ ଦ୍ୱାରା ପୋଲ ଉଡ଼ାଯାଇଥିବା ନେଇ ମଧ୍ୟ ଖବର ମିଳିଛି । ଏହା ପୂର୍ବରୁ ସୋମବାର ରାତିରେ ମଧ୍ୟ ତାଲିବାନୀ ଏବଂ ନର୍ଦନ ଏଲାଏନ୍ସର ସୈନିକଙ୍କ ମଧ୍ୟରେ ଗୁଳି ବିନମୟ ହୋଇଥିଲା । ତେବେ ମଙ୍ଗଳବାର ହୋଇଥିବା ସଂଘର୍ଷରେ ୩୫୦ ଜଣ ତାଲିବାନୀ ନିପାତ ହୋଇଥିବା ବେଳେ ୪୦ ଜଣଙ୍କୁ କଏଦ କରିନେଇଛି ନର୍ଦନ ଏଲାଏନ୍ସ ।

ଅହମ୍ମଦ ମସୁଦଙ୍କ ପ୍ରବକ୍ତା ଫହିମ୍ ଦସ୍ତି ଦ୍ୱାରା ମଧ୍ୟ ତାଲିବାନଙ୍କ ସହିତ ହୋଇଥିବା ଯୁଦ୍ଧ ସମ୍ପର୍କରେ ସ୍ପଷ୍ଟ କରାଯାଇଛି । ସୋମବାର ରାତିରେ ପଞ୍ଜଶୀରରେ ତାଲିବାନ ଆକ୍ରମଣ କରିଥିଲା । ଏବଂ ଅନୁପ୍ରବେଶ ନେଇ ଉଦ୍ୟମ କରିଥିଲା । କିନ୍ତୁ ତାଙ୍କୁ ସଫଳତା ମିଳିପାରିନଥିଲା । ତାଲିବାନୀ ପୂର୍ବରୁ ମଧ୍ୟ ପଞ୍ଜଶୀର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ କରିଦେଇଛି । କିନ୍ତୁ ପରେ ଏହାକୁ ଖୋଲି ଦିଆଯାଇଥିଲା ।

ଅପରପକ୍ଷରେ ୩୦ ଅଗଷ୍ଟରେ ଆମେରିକା ସେନା କାବୁଲ ଏୟାରପୋର୍ଟ ଖାଲି କରିଦେଇଛି । ଏବେ ଆଫଗାନିସ୍ତାନ ଉପରେ ସମ୍ପୂର୍ଣ୍ଣ ଭାବେ ତାଲିବାନର କବଜା ରହିଛି । ତାଲିବାନ ଦ୍ୱାରା ଖୁବଶୀଘ୍ର ଆଫଗାନିସ୍ତାନରେ ନୂଆ ସରକାର ଗଠନ କରାଯିବ । ତାଲିବାନର ବଡ଼ ନେତା କାନ୍ଧାହରରେ ଉପସ୍ଥିତ ଅଛନ୍ତି । ଯିଏ ଖୁବଶୀଘ୍ର କାବୁଲ ଆସିବେ ।

Leave A Reply

Your email address will not be published.