ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି‌ରେ ଆସିବ ଉନ୍ନତି, ପ୍ରତିଷ୍ଠା ହେବ ୩୩୮ ଟି ନୂଆ ଡାକ୍ତରଖାନା ଓ ସ୍ବାସ୍ଥ୍ୟକେନ୍ଦ୍ର

ଭୁବନେଶ୍ବର : ଦୀର୍ଘ ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅନନ୍ୟ ନେତୃତ୍ୱ ଦ୍ୱାରା ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଉନ୍ନତି ଆଣିବାରେ ଲାଗିଛନ୍ତି। ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ବିପର୍ଯ୍ଯୟ ପରିଚାଳନା, କ୍ରୀଡ଼ାର ବିକାଶ, ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଶିକ୍ଷା ହେଉ କି ସ୍ବାସ୍ଥ୍ଯ ଅବା କୃଷି, ଏସବୁର ବିକାଶ ଦିଗରେ ଏବେ ସବୁଠି ଆଗରେ ଓଡ଼ିଶା । ଏହାରି ମଧ୍ୟରେ ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି‌ରେ ଆହୁରି ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ୩୩୮ ଟି ନୂଆ ଡାକ୍ତରଖାନା ଓ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟ ସରକାରଙ୍କ ଲକ୍ଷ୍ୟ  ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କୁ ସହଜରେ ସ୍ବାସ୍ଥ୍ୟ ସେବା ମିଳିବ। ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ଥିବା ଅସୁବିଧାକୁ ଦୂର କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ସରକାର ଆଗାମୀ ଦିନରେ ୩୩୮ଟି ଉପଖଣ୍ଡ ଡାକ୍ତରଖାନା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି) ନିର୍ମାଣ କରିବେ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି।


ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୨ଟି ଉପଖଣ୍ଡ ଡାକ୍ତରଖାନା, ୨୦ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ୩୦୬ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ହେବ। ଏକକାଳୀନ ନୂତନ ଭାବେ ୩୩୮ଟି ଡାକ୍ତରଖାନା ଓ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ହେବା ପରେ ବିଶେଷ ଭାବେ ଗ୍ରାମାଞ୍ଚଳର ଲୋକେ ବହୁ ଉପକୃତ ହେବେ। ତେବେ ୩୩୮ଟି ଡାକ୍ତରଖାନା ଓ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକର ନିର୍ମାଣ ହେଲା ପରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆସିବା ସହିତ ଯୁବକ-ଯୁବତୀଙ୍କୁ ନିଯୁକ୍ତିର ସୁଯୋଗ ମିଳିପାରିବ। ଡାକ୍ତର, ମେଡିକାଲ ଅଧିକାରୀ, ଫାର୍ମାସିଷ୍ଟ, ଷ୍ଟାଫ୍‌ ନର୍ସ ଓ ୪ର୍ଥ କର୍ମଚାରୀଙ୍କୁ ନିଯୁକ୍ତି ମିଳିବ।

ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ ଯେ ରାଜ୍ୟୋର ଥିବା ୩୭୭ CHC ର ଅଧାରୁ ଅଧିକକୁ ପ୍ରଥମ ରେଫରାଲ୍ ୟୁନିଟ୍ (FRU) ଭାବରେ ଗ୍ରହଣ କରାଯିବ। ଅଣ- FRU CHC ଗୁଡ଼ିକୁ ୩୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଭାବରେ ନବୀକରଣ କରାଯିବ ଏବଂ ଯେଉଁଗୁଡିକରେ ୩୫ କିମ୍ବା ତା’ଠାରୁ ଅଧିକ ବେଡ ବିଶିଷ୍ଟ ଡାକ୍ତରଖାନା ରହିଛନ୍ତି ସେଗୁଠିକୁ ୫୦ ଶଯ୍ୟା ବିଶିଷ୍ଟ CHC ଭାବରେ ନବୀକରଣ କରାଯିବ ।  ସମାନ ଭାବରେ SDH ଗୁଡିକ 100 ଶଯ୍ୟା ବିଶିଷ୍ଟ ହେବ ଏବଂ IPHS ମାନଦଣ୍ଡ ଅନୁଯାୟୀ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାଗୁଡ଼ିକରେ (DHHs) ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ । ୨୦ ରୁ ୩୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲାମାନଙ୍କରେ DHH ରେ ଅତି କମରେ ୫୦୦ ଶଯ୍ୟା, ୧୦ ରୁ ୨୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲାରେ ୪୦୦ ଶଯ୍ୟା, ପାଞ୍ଚରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲାରେ ୩୦୦ ଶଯ୍ୟା ରହିବ। ଛଅ କିମ୍ବା ଅଧିକ ଶଯ୍ୟା ବିଶିଷ୍ଟ ଅନ୍ୟ ୪୯ ଟି ଡାକ୍ତରଖାନା ମଧ୍ୟରୁ ନଅଟି PHC (ଡେ କେୟାର) ଏବଂ ୪୦ ଟି PHC (24×7) ଶ୍ରେଣୀଭୁକ୍ତ ହେବ ।

Leave A Reply

Your email address will not be published.