ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୀଘା ମୁହାଣରେ ଜାଲରେ ପଡ଼ିଲା ୩୩ଟି ତେଲିଆ ଭୋଲା ମାଛ, ବିକ୍ରି କରି କୋଟିପତି ହେଲେ ମତ୍ସ୍ୟଜୀବୀ

ଜଳେଶ୍ୱର : ମାଛ ବିକ୍ରି କରି ଗୋଟିଏ ଦିନରେ କୋଟିପତି ହେଲେ ମତ୍ସ୍ୟଜୀବୀ। ପଶ୍ଚିମବଙ୍ଗର ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଲା ବିରଳ ତେଲିଆ ଭୋଲା ମାଛ । ୧୦ ଜଣ ମତ୍ସ୍ୟଜୀବୀ ଟ୍ରଲର ନେଇ ଦୀଘା ମୁହାଣରେ ମାଛ ମାରିବା ପାଇଁ ଯାଇଥିବା ବେଳେ ଜାଲରେ ପଡିଥିଲା ୩୩ଟି ଭୋଲା ମାଛ । ଔଷଧୀୟ ଗୁଣ ପାଇଁ ପ୍ରସିଦ୍ଧ ତେଲିଆ ଭୋଲା ମାଛ । ବଜାରରେ ତେଲିଆ ଭୋଲା ମାଛ କିଲୋ ୧୨ ହଜାର ୬୦୦ ଟଙ୍କା ରହିଛି ।

ମତ୍ସ୍ୟଜୀବୀମାନେ ମାଛ କୁଳକୁ ଆଣି ନିଲାମ ଡାକିବା ପରେ ୩୩ଟି ମାଛକୁ ୧କୋଟି ଟଙ୍କାରେ ବିକ୍ରି ହୋଇଥିଲା । କଲିକତାର ଏକ ଔଷଧ କଂପାନି ଏହି ମାଛକୁ କିଣିଥିବା ଜଣାପଡିଛି । ୩୩ଟି ମାଛର ଓଜନ ୮୪୦ କିଲୋଗ୍ରାମ । ମାଛ କିଲେପ୍ରତି ୧୨ ହଜାର ୬୦୦ ଟଙ୍କାରେ ବିକ୍ରି ହୋଇଛି ।

 

Leave A Reply

Your email address will not be published.