ଶୁକ୍ରବାର ରାଶିଫଳ ( ୩୧ – ୧୨ -୨୦୨୧ )

ମେଷ: ହେଉଥିବା କାର୍ଯ୍ୟ ବିଗିଡ଼ି ଯାଇପାରେ । ଆର୍ଥିକ ଚାପ ସହ ଋଣ ପ୍ରଭାବିତ ହୋଇପାରନ୍ତି। ରାଜନୀତିରେ ବିଷମ ସ୍ଥିତି ରହିବ। ବାଣିଜ୍ୟରେ ହାନି ହୋଇପାରେ। ଶିକ୍ଷାର୍ଥୀ ହତୋତ୍ସାହ ରହିବେ। ଶୁଭ ଅଙ୍କ-୧, ଶୁଭ ରଙ୍ଗ- ପିଙ୍କ୍‌।

ବୃଷ: କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ମହିଳାମାନେ ଯଶ ପାଇବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ।

ଏଥିସହିତ ପଢ଼ନ୍ତୁ

ମିଥୁନ: କର୍ମକ୍ଷେତ୍ରରେ ବୃଢ଼ମନା ରହିବେ। ରାଜନୀତିରେ ସକ୍ରିୟ ରହିବେ। ମହିଳାମାନେ ରକ୍ଷଣଶୀଳ ହେବେ। ଶିଳ୍ପ ଓ ବାଣିଜ୍ୟରେ ଶୁଭ ଫଳ ମିଳିବ। ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ- କ୍ରିମ୍‌।

କର୍କଟ: ଗୁରୁଜନମାନଙ୍କୁ ନେଇ ଚିନ୍ତାରେ ରହିବେ। ରାଜନୀତିରେ ଲୋକପ୍ରିୟତା ହ୍ରାସ ପାଇବ। ମହିଳାମାନେ ଚିନ୍ତାରେ ରହିବେ। ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ଅସ୍ଥିର ରହିବେ। ଶୁଭ ଅଙ୍ଗ-୨,ଶୁଭ ରଙ୍ଗ-ଧଳା।

ସିଂହ: ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ। ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ। ଚାକିରିରେ ପ୍ରଶଂସା ପାଇବେ। ରାଜନୀତିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ଶୁଭଫଳ ମିଳିବ। ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ।

କନ୍ୟା: ଚତୁରତାର ସହ କାର୍ଯ୍ୟ ହାସଲ କରିବେ। ଭ୍ରାତୃଭଗ୍ନୀଙ୍କ ସହଯୋଗ ପାଇବେ। ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍‌।

ତୁଳା: କର୍ମକ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। ଚାକିରିରେ କର୍ତ୍ତୃପକ୍ଷଙ୍କର ଚାପ ରହିବ। ରାଜନୀତିରେ ବିରୋଧୀ ପ୍ରଭାବିତ କରିବେ। ବାଣିଜ୍ୟରେ ସମସ୍ୟା ରହିବ। ଶିକ୍ଷାର୍ଥୀ ଉଦାରମନା ରହିବେ। ଶୁଭ ଅଙ୍କ- ୪, ଶୁଭ ରଙ୍ଗ- ମେଟାଲିକ୍‌।

ବିଛା: ଦିନଟି ହର୍ଷୋଲ୍ଲାସ ଭିତରେ କଟିବ। ବନ୍ଧୁ ବାନ୍ଧବଙ୍କ ଆଗମନ ହୋଇପାରେ। ଚାକିରିରେ ପ୍ରଶଂସିତ ହେବେ। ବାଣିଜ୍ୟରେ ସନ୍ତୋଷଜନକ ଫଳ ପାଇବେ। ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ- ୩, ଶୁଭ ରଙ୍ଗ- କ୍ରିମ୍‌।

ଧନୁ: ବହୁ ଚେଷ୍ଟା କରି ସୁଫଳ ପାଇବେ। ରାଜନୀତିରେ ଚଳଚଞ୍ଚଳ ରହିବେ। ଚାକିରିରେ ସହଯୋଗ ପାଇବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଦୂରଯାତ୍ରା କରିପାରନ୍ତି। ଶୁଭ ଅଙ୍କ-୮, ଶୁଭ ରଙ୍ଗ- ନୀଳ।

ମକର: ଭବିଷ୍ୟତ ଚିନ୍ତା ଦୂର ହେବ। ପ୍ରଶାସନିକ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ଚାକିରିରେ ପଦୋନ୍ନତି ହୋଇପାରେ। ବାଣିଜ୍ୟରେ ନୂତନତା ଆସିବ। ଶୁଭ ଅଙ୍କ- ୬, ଶୁଭ ରଙ୍ଗ- ସିଲଭର୍‌।

କୁମ୍ଭ: ସ୍ବପ୍ନ ସାକାର ହେବ। ସାଂସାରିକ ସୁଖ ସମୃଦ୍ଧି ପ୍ରାପ୍ତି ହେବ। ରାଜନୀତିକ ପ୍ରସିଦ୍ଧି ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟରେ ସଞ୍ଚୟ ହେବ। ଶିକ୍ଷାର୍ଥୀ ଯଶ ପାଇବେ। ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ।

ମୀନ: କର୍ମକ୍ଷେତ୍ରରେ ସାଧାରଣ ଫଳ ପାଇବେ। ପରୋପକାର କରିବାକୁ ଯାଇ ସମସ୍ୟାରେ ପଡ଼ିବେ। ଚାକିରିରେ କାର୍ଯ୍ୟଭାର ରହିବ। ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ବିଶେଷ ସୁଫଳ ମିଳିବ ନାହିଁ। ଶୁଭ ଅଙ୍କ- ୭, ଶୁଭ ରଙ୍ଗ- କଫି।

Leave a comment