ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୩୦ – ୦୯ – ୨୦୨୨ )

ମେଷ: ନିଜ ସହକର୍ମୀଙ୍କ ସହ ବାଦବିବାଦ ଉପୁଜିପାରେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟକରୁଥିବା ବ୍ୟକ୍ତିମାନଙ୍କର ଲକ୍ଷ୍ୟ ପୂରଣ ହେବ। ଭାଗ୍ୟର ସମର୍ଥନ ପାଇ ଆଗକୁ ବଢ଼ିବେ।

ବୃଷ: ସମାଜରେ ଭିନ୍ନ ପରିଚୟ ପ୍ରତିଷ୍ଠା କରିବାରେ ସଫଳ ହେବେ। ସମୟ ଥାଉ ଥାଉ କାର୍ଯ୍ୟ ପୂରଣ କରିବେ। ଜୀବନସାଥୀଙ୍କ ପରାମର୍ଶ ପାଇବେ।ଛାତ୍ରଛାତ୍ରୀ ଲେଖାପଢ଼ାରେ ମନବଳାଇବେ।

ମିଥୁନ: ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇବେ। ପ୍ରିୟଜନଙ୍କ ପାଇଁ ମଧୁରଭାଷୀ ହେବେ। କ୍ୟାରିୟର ପାଇଁ ଯୋଜନା କରି ଲକ୍ଷ୍ୟ ନିର୍ଦ୍ଧାରିତ କରିବେ। ମହିଳାମାନେ ସ୍ବାଧୀନମନା ହେବେ।

କର୍କଟ: ବ୍ୟବସାୟରେ ନୂତନ ପୁଞ୍ଜି ବିନିଯୋଗ କରି ଲାଭ ପାଇବେ। ପରିବାରର ସଦସ୍ୟଙ୍କ ସହିତ ବିବାଦ ହୋଇପାରେ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ଫଳାଫଳ ପାଇବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଜୀବନ ସାଥୀଠାରୁ ସର୍ବୋତ୍ତମ ପରାମର୍ଶ ପାଇବେ। ସାହିତ୍ୟ, କଳା କ୍ଷେତ୍ରରେ ଜଡିତ ବ୍ୟକ୍ତି ସମ୍ମାନିତ ହେବେ। ଆୟ ବୃଦ୍ଧି ପାଇପାରେ। ବିନିଯୋଗ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ ।

କନ୍ୟା: ବିଭିନ୍ନ ପ୍ରକାର କାର୍ଯ୍ୟକୁ ସୁଚାରୁ ରୂପରେ କରିବେ। ଆର୍ଥିକକ୍ଷେତ୍ରରେ ସୁଧାର ଆସିବ। ବୈବାହିକ ଜୀବନରେ ପ୍ରଫୁଲ୍ଲତା ଦେଖାଦେବ। ଛାତ୍ରଛାତ୍ରୀମାନେ କ୍ୟାରିୟରରେ ଉନ୍ନତି ପାଇଁ ନୂତନ ପଥ ପାଇବେ।

ତୁଳା: ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବେ। ମହିଳାମାନେ ଆତ୍ମନିର୍ଭରଶୀଳା ହେବେ। ଦାମ୍ପତ୍ୟ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ନିଜ ବାକ୍ୟ ଉପରେ ନିୟନ୍ତ୍ରଣ ରଖିବା ଉଚିତ।

ବିଛା: ପରିବାର ବର୍ଗଙ୍କ ସହଯୋଗ କ୍ରମେ ଉନ୍ନତି କରିବେ। ମୂଲ୍ୟବାନ ବସ୍ତୁ କ୍ରୟ କରିପାରନ୍ତି। ଦୂର ବନ୍ଧୁଙ୍କ ଆଗମନ ହୋଇପାରେ। ପୈତୃକ ସମ୍ପତ୍ତିର ଭାଗୀଦାର ହୋଇପାରନ୍ତି।

ଧନୁ: ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ । କର୍ମକ୍ଷେତ୍ରରେ ବଦଳିର ଯୋଗ ରହିଛି। ଧୈର୍ଯ୍ୟ ଓ ସାହସର ସହ କାର୍ଯ୍ୟ କରି ସଫଳତା ହାସଲ କରିବେ। ଅନ୍ୟକୁ ସହଯୋଗ କରି ଆତ୍ମସନ୍ତୋଷ ପାଇବେ।

ମକର: ବିବାଦୀୟ ପରିସ୍ଥିତିରେ ମଧ୍ୟ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। ଗଣମାଧ୍ୟମରେ ଭିନ୍ନ ପରିଚୟ ମିଳିପାରେ। ଜୀବନସାଥୀଙ୍କ ସହ ଯୁକ୍ତିତର୍କ ହୋଇପାରେ। ଛାତ୍ରମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।

କୁମ୍ଭ: ମାନସିକ ଅବସାଦରେ ଦିନଟି କଟିପାରେ। ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ। ବିବାହିତ ଜୀବନ ସୁଖରେ ପରିପୂର୍ଣ୍ଣ ହେବ। ଦୀର୍ଘଦିନ ଧରି ଚାଲିଥିବା କୋର୍ଟକଚେରୀ ମାମଲା ସମାପ୍ତ ହୋଇପାରେ।

ମୀନ: ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ । ବ୍ୟବସାୟୀମାନେ ଆଶାଠାରୁ କମ୍ ଲାଭ ପାଇବେ । କର୍ମକ୍ଷେତ୍ରରେ ସତର୍କ ହେବା ଆବଶ୍ୟକ। ସହକର୍ମୀଙ୍କ ସହ ବିବାଦ ଦେଖାଦେଇପାରେ।

Leave A Reply

Your email address will not be published.