ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ ( ୩୦ – ୧୧ – ୨୦୨୨ )

ମେଷ: ଚତୁରତା ସହ କାର୍ଯ୍ୟ ତୁଲାଇବେ। ସାଂସାରିକ ଜୀବନରେ ତିକ୍ତତା ଦେଖାଯାଇପାରେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବୁଲାବୁଲିରେ ଅଯଥା ଖର୍ଚ୍ଚ ହୋଇପାରେ। ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ।

ବୃଷ: କର୍ମକ୍ଷେତ୍ରରେ ସହଯୋଗ କ୍ରମେ ଜଟିଳ କାର୍ଯ୍ୟକୁ ପୂରଣ କରିବେ। ସ୍ବଳ୍ପ ସମୟ ପାଇଁ ସାଂସାରିକ ଦାୟିତ୍ବରୁ ମୁକ୍ତି ପାଇବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବେ। ବ୍ୟବସାୟରେ ଲାଭାନ୍ବିତ ହେବେ।

ମିଥୁନ: ମହିଳାମାନେ ଗୁରୁଜନଙ୍କ ନିକଟରେ ଆଦରଣୀୟା ହେବେ। କଳା, ବିଜ୍ଞାନ କ୍ଷେତ୍ରରେ ନିଜର ସୃଜନଶୀଳତା ପ୍ରକାଶ କରିବାର ସୁଯୋଗ ପାଇବେ। ବ୍ୟବସାୟୀମାନେ ସୁସମ୍ବାଦ ପାଇବେ।

କର୍କଟ: ପୂର୍ବ ଯୋଜନାରେ ଅସଫଳତା ପାଇପାରନ୍ତି। ଉଚ୍ଚ ଆଶା କରି କଷ୍ଟ ପାଇବେ। ପ୍ରଶାସନିକ ମାନମର୍ଯ୍ୟାଦା ପୂରଣ ହେବ। ଜୀବନସାଥୀଙ୍କ ପରାମର୍ଶ ଲୋଡ଼ିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ପ୍ରତିଟି କ୍ଷେତ୍ରରେ ସଫଳତା ପାଇବେ। ମହିଳାମାନେ ରକ୍ଷଣଶୀଳ ହେବେ। ନୂତନ ନିବେଶରୁ ବିଶେଷ ଲାଭ ପାଇବେ । ନୂତନ ନିଯୁକ୍ତି ପାଇବାର ଯୋଗ ରହିଛି।

କନ୍ୟା: ଦୀର୍ଘଦିନର ସ୍ବପ୍ନ ସାକାର ହେବ। କର୍ମମୟ ଜୀବନରେ ବ୍ୟତିବ୍ୟସ୍ତ ରହିବେ। ସନ୍ତାନମାନଙ୍କ ପାଇଁ ଚିନ୍ତାରେ ରହିପାରନ୍ତି। ବ୍ୟବସାୟରେ ବିଶେଷ ଲାଭ ପାଇବେ ନାହିଁ।

ତୁଳା: କର୍ମକ୍ଷେତ୍ରରେ ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ପ୍ରଶଂସା ସାଉଁଟିବେ। ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ବ୍ୟବସାୟୀମାନେ ନୂତନ ନିବେଶ କରିବାରୁ ଦୂରେଇ ରୁହନ୍ତୁ।

ବିଛା: ଅଟକିଥିବା ଜମିଜମା ବିବାଦ ଓ ଆର୍ଥିକ ଅଭାବ ଦୂର ହେବ। କର୍ମକ୍ଷେତ୍ର ଓ ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ହେବ । ପାରିବାରିକ ବିଶୃଙ୍ଖଳା ଦେଖାଦେଇପାରେ ।

ଧନୁ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । କର୍ମକ୍ଷେତ୍ରରେ କାର୍ଯ୍ୟକୁ ସୁଚାରୁ ରୂପରେ କରିବେ। ଯାତାୟାତ ସମୟରେ ସାବଧାନ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ଅପ୍ରୀତିକର ପରିସ୍ଥିତି ଉପୁଜିପାରେ।

ମକର: ପାରିବାରିକ ସ୍ଥିତି ଭଲ ରହିବ । ପିଲାଙ୍କ ସହିତ ସମୟ ଅତିବାହିତ କରିବେ। ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ। ପିତାମାତାଙ୍କ ଅସୁସ୍ଥତା କାରଣରୁ ମାନସିକ ଚାପରେ ରହିବେ।

କୁମ୍ଭ: ଚ୍ୟାଲେଞ୍ଜ୍‌ ସହ କାର୍ଯ୍ୟକୁ କରି ସଫଳତା ପାଇବେ। ପାରିବାରିକ ସ୍ଥିତି କାରଣରୁ ମାନସିକ ଚାପରେ ରହିବେ । ବାଦବିବାଦ ସ୍ଥିତିରୁ ଦୂରେଇ ରୁହନ୍ତୁ। ନୂତନ ଜମିବାଡ଼ି କ୍ରୟ କରିପାରନ୍ତି ।

ମୀନ: ଆର୍ଥିକ ସ୍ତରରେ ବେଶ୍‌ ଲାଭ ମିଳିବ । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ହେବ। ମହିଳାମାନେ ନୂତନ ଅଳଙ୍କାର, ଗୃହଉପକରଣ କ୍ରୟ କରିପାରନ୍ତି । ଜୀବନ ଖୁସିରେ ଅତିବାହିତ ହେବ ।

Leave A Reply

Your email address will not be published.