ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୩୦ – ୦୩ – ୨୦୨୩ )

ମେଷ: ସଫଳତା ପାଇବା ପାଇଁ ବିଶେଷ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ଦୂରଯାତ୍ରା ଦ୍ବାରା ସ୍ବାସ୍ଥ୍ୟ ବିଗିଡ଼ି ପାରେ। ରାଜନୀତିରେ ସହଯୋଗ ପାଇବେ। ବାଣିଜ୍ୟରେ ସ୍ବଳ୍ପ ଲାଭ ହେବ।

ବୃଷ: ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ। କାର୍ଯ୍ୟରେ ସଫଳତା ପ୍ରାପ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଖାଦ୍ୟ ପାନୀୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ବିଗିଡ଼ିଯାଇଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

ମିଥୁନ: ସମସ୍ତ ଜରୁରୀ କାର୍ଯ୍ୟ ପୂରଣ ହେବ। ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବ। କ୍ୟାରିୟରରେ ଉନ୍ନତି ପାଇଁ ନୂତନ ଦିଗ ଚୟନ କରିବେ। ଗୁରୁଜନଙ୍କ ଆର୍ଶିବାଦ ପ୍ରାପ୍ତି ହେବ।

କର୍କଟ: ସମସ୍ତ ଦିଗକୁ ଲକ୍ଷ୍ୟ ରଖି କାର୍ଯ୍ୟ କରିବେ। ଆର୍ଥିକ ମାମଲାରେ ସାବଧାନତା ଅବଲମ୍ବନ କରିବାକୁ ପଡ଼ିପାରେ। ପରିବାର ମଧ୍ୟରେ ଶାନ୍ତି ବଜାଇ ରଖିବାକୁ ଚେଷ୍ଟା କରିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଦିନଟିରେ ଜଗି ରହି ଚଳନ୍ତୁ। ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ଯାତାୟତ ସମୟରେ ଦରକାରୀ କାଗଜପତ୍ର ଦାୟିତ୍ବରେ ରଖନ୍ତୁ। ପ୍ରତିପକ୍ଷଙ୍କ ଠାରୁ ସତର୍କ ରହିବା ଆବଶ୍ୟକ ।

କନ୍ୟା: ନୂତନ ଲୋକଙ୍କ ସହିତ ଜଡ଼ିତ ହୋଇପାରନ୍ତି। ସହକର୍ମୀମାନଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ପ୍ରତିଶୋଧ ପରାୟଣ ହୋଇ କାର୍ଯ୍ୟ କରିବାରୁ ନିବୃତ୍ତ ରୁହନ୍ତୁ। ପରିବାରର ଦାୟିତ୍ବ ବୃଦ୍ଧି ପାଇବ।

ତୁଳା: କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରି ନିଷ୍ପତ୍ତି ନିଅନ୍ତୁ। କର୍ମକ୍ଷେତ୍ରରେ ସଫଳତା ପାଇବା ପାଇଁ ଅନେକ ଉତ୍ତମ ଅବସର ପ୍ରାପ୍ତି ହେବ। କମ୍‌ ପରିଶ୍ରମରେ ଅଧିକ ଲାଭ ପାଇବେ।

ବିଛା: ନିଜ ପ୍ରଚେଷ୍ଟା ବଳରେ ସଫଳତା ପାଇବେ। ପୂର୍ବରୁ କରିଥିବା ପରିଶ୍ରମର ଫଳ ମିଳିବ। ମହିଳାମାନେ ଭିନ୍ନ ପ୍ରକାର ପରିସ୍ଥିତି ସହ ଖାପ ଖୁଆଇ ଚଳିେବ। ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କରେ ନିବିଡ଼ତା ବୃଦ୍ଧି ପାଇବ।

ଧନୁ: ଭାଗିଦାରୀ କାର୍ଯ୍ୟରୁ ଲାଭାନ୍ବିତ ହେବେ। ପଦୋନ୍ନତିର ସମ୍ଭାବନା ରହିଛି। ଆର୍ଥିକ ସ୍ଥିତିରେ ସମନ୍ବୟ ରକ୍ଷା କରିବେ। ଅନ୍ୟକୁ ଆବଶ୍ୟକତା ଠାରୁ ଅଧିକ ବିଶ୍ବାସ କରନ୍ତୁ ନାହିଁ।

ମକର: ଜୀବନଶୈଳୀ ତଥା ବ୍ୟକ୍ତିତ୍ବରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ଉଦାରପଣ ପାଇଁ ପ୍ରଶଂସାର ପାତ୍ର ହେବେ। ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ।

କୁମ୍ଭ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପରିବାରର ପରିବେଶ ସକାରାତ୍ମକପୂର୍ଣ୍ଣ ହେବ। କର୍ମସ୍ଥଳୀରେ ଭଲ ଫଳାଫଳ ପାଇ ଉତ୍ସାହିତ ହେବେ। ସ୍ବତନ୍ତ୍ର ଚିନ୍ତାଧାରା ରଖି ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବେ।

ମୀନ: କୌଣସି କାର୍ଯ୍ୟ ପାଇଁ ପରିବାର ଉପରେ ନିର୍ଭର ହେବାକୁ ପଡ଼ିପାରେ। ସାଙ୍ଗସାଥୀଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ଆର୍ଥିକସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ ।

Leave A Reply

Your email address will not be published.