ସୋମବାର ରାଶିଫଳ ( ୩୦ – ୦୧ – ୨୦୨୩ )

ମେଷ: ଧୈର୍ଯ୍ୟ ଓ ସାହସର ସହ ଜଟିଳ ପରିସ୍ଥତିକୁ ସାମ୍ନା କରିବେ। ବ୍ୟସ୍ତତା ଭିତରେ ଦିନଟି କଟିବ। କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ସାଙ୍ଗସାଥୀଙ୍କ ସହଯୋଗରେ ଉତ୍ସାହିତ ହେବେ।
ବୃଷ: ପ୍ରିୟଜନଙ୍କୁ ମନର କଥା କହି ଅାତ୍ମସନ୍ତୋଷ ପାଇବେ। ବିଭିନ୍ନ କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକସ୍ଥିତିରେ ପରିବର୍ତ୍ତନ ଦେଖାଦେବ। ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ମତଭେଦ ଦେଖାଦେବ।
ମିଥୁନ: ପଡ଼ୋଶୀଙ୍କ ସହଯୋଗରେ ସମସ୍ୟାରୁ ମୁକ୍ତି ପାଇବେ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚକୋଟୀର ପ୍ରଦର୍ଶନ କରିବେ। ଦୀର୍ଘଦିନର ସମସ୍ୟାର ଅନ୍ତ ଘଟିବ।
କର୍କଟ: ଦିନଟି ବ୍ୟସ୍ତତା ଭିତରେ କଟିପାରେ। ଦୂରଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ସହଯୋଗ ପାଇବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ନୂତନତା ଦେଖାଦେବ।
ସିଂହ: ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ। କର୍ମକ୍ଷେତ୍ରରେ ବାଧାବିଘ୍ନ ସହ କର୍ତ୍ତୃପକ୍ଷଙ୍କର ଚାପ ରହିବ। ରାଜନୀତିରେ ସମସ୍ୟା ଘେରରେ ରହିବେ। ଛାତ୍ରଛାତ୍ରୀ ହତୋତ୍ସାହ ହେବେ।
କନ୍ୟା: ପ୍ରତି କାର୍ଯ୍ୟକୁ ସହଜରେ ସମ୍ପାଦନ କରିବେ। କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ। ରାଜନୀତିରେ ବିରୋଧୀ ପ୍ରଶମିତ ହେବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଛାତ୍ରଛାତ୍ରୀ ସଫଳ ହେବେ।
ତୁଳା: ସମସ୍ତ କାର୍ଯ୍ୟରେ ବିଳମ୍ବ ହୋଇପାରେ। ଅପ୍ରିତିକର ପରିସ୍ଥିତି ଦେଇ ଗତି କରିବେ। କର୍ମକ୍ଷେତ୍ରରେ କାର୍ଯ୍ୟବହୁଳ ରହିବ। ବାଣିଜ୍ୟ ପ୍ରତିକୂଳ ରହିବ। ଛାତ୍ରଛାତ୍ରୀ ଆଳସ୍ୟ ମନୋବୃତ୍ତି ପାଇ ରହିବେ।
ବିଛା: ଶତ୍ରୁମାନଙ୍କର କୂଟ ଚକ୍ରାନ୍ତର ଶିକାର ହେବେ। କର୍ମକ୍ଷେତ୍ରରେ ଜଟିଳ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପୁନଶ୍ଚ ଭାବନ୍ତୁ। ପ୍ରିୟଜନଙ୍କ ସହ ସମ୍ପର୍କରେ ଦୃଢ଼ତା ବଢ଼ିବ।
ଧନୁ: କଠିନ ପରିସ୍ଥିତିର ମୁକାବିଲା କରିବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେବ। ଛାତ୍ରଛାତ୍ରୀ କ୍ୟାରିୟରରେ ଉନ୍ନତି ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ।
ମକର: ବିଭିନ୍ନ ଦିଗରୁ ହତୋତ୍ସାହ ହେବେ। ବାକି ପଡ଼ିଥିବା ଧନ ଫେରି ପାଇବେ। ସମୟ ପୂର୍ବରୁ କାର୍ଯ୍ୟ କରି ପ୍ରଶଂସା ସାଉଁଟିବେ। ନିଜ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ରହିବେ।
କୁମ୍ଭ: ସହକର୍ମୀଙ୍କ ସହଯୋଗ ପାଇବେ। ମହିଳାମାନେ ଚଳଚଞ୍ଚଳ ରହିବେ। ବ୍ୟବସାୟରେ ଆଶାନୁରୂପ ଫଳ ପାଇବେ। ନିଜ ମନକଥା ପ୍ରିୟଜନଙ୍କ ଆଗରେ କହି ଆତ୍ମସନ୍ତୋଷ ପାଇବେ।
ମୀନ: ସାଂସାରିକ ଅଶାନ୍ତି ଓ କଳହ ଦେଖାଦେଇ ପାରେ। ବ୍ୟବସାୟରେ କ୍ଷତିଗ୍ରସ୍ତ ହୋଇପାରନ୍ତି। ଛାତ୍ରଛାତ୍ରୀମାନେ ହତୋତ୍ସାହ ରହିବେ। ନିଜ ବୁଦ୍ଧି ବଳରେ ନୈରାଶ୍ୟଜନକ ସ୍ଥିତିକୁ ସୁଧାରି ନେବେ।