ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିର୍ବାଚନ ଜିତିବା ପାଇଁ ଗୁଜୁରାଟରେ ‘ଆପ’ ଖେଳିଲା ବିଜୁଳି କାର୍ଡ, ସରକାର ଗଢିଲେ ମିଳିବ ୩ ଶହ ୟୁନିଟ ମାଗଣା ବିଜୁଳି

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଗୁଜୁରାଟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଗୁଜୁରାଟରେ ନିର୍ବାଚନ ଜିତିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ଦଳର ସଂଯୋଜକ ଅରବିନ୍ଦ କେଜରିୱାଲ ସୁରଟରେ ଦଳର ନିର୍ବାଚନୀ ଘୋଷଣା କରିଛନ୍ତି । ନିର୍ବାଚନ ଜିତିବା ପାଇଁ ଗୁଜରାଟରେ ଆରମ୍ଭ ହେଲା କେଜ୍ରିୱାଲଙ୍କ ବିଜୁଳି ରାଜନୀତି। ଦିଲ୍ଲୀ ଏବଂ ପଞ୍ଜାବରେ ମାଗଣା ବିଦ୍ୟୁତ୍ ଯୋଗାଣ ନେଇ ଆପ୍ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିବା ବେଳେ ଏବେ ଗୁଜରାଟରେ ସମାନ ପ୍ରତିଶ୍ରୁତି ଦେଇ ସେ ଗୁଜରାଟକୁ ହାତେଇବା ପାଇଁ ଚେଷ୍ଟା କରୁଛନ୍ତି। ଗୁଜରାଟରେ ଆପ ସରକାର ଗଢ଼ିଲେ ୩୦୦ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇବୁ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ। ଏହା ସହ ସମସ୍ତ ପୁରୁଣା ବିଲ୍ ମଧ୍ୟ ଛାଡ କରିବେ ବୋଲି କେଜ୍ରିୱାଲ କହିଛନ୍ତି।

ଦଳ ତରଫରୁ ଘୋଷଣା କରାଯାଇଛି ଯେ ସରକାର ଗଠନ ହେବାର ୩ ମାସ ମଧ୍ୟରେ ଏଠାରେ ୩ ଶହ ୟୁନିଟ ଯାଏ ବିଜୁଳି ମାଗଣାରେ ପ୍ରଦାନ କରାଯିବ । ଏହା ଛଡା ରାଜ୍ୟରେ ୨୪ ଘଣ୍ଟା ବିଜୁଳି ଲୋକଙ୍କୁ ମିଳିବ । ସବୁଠାରୁ ବଡ ଘୋଷଣା ହେଉଛି ଡିସେମ୍ବର ୩୧ ଯାଏ ବାକି ଥିବା ସମସ୍ତ ବିଲକୁ ଛାଡ କରାଯିବ ।

Leave A Reply

Your email address will not be published.