ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଥମୁନି ଚୋରା କୋଇଲା କାରବାର; ୩୦ ଟନ କୋଇଲା ଜବତ,ମାଫିଆ ସମେତ ୩ ଗିରଫ

ଭଦ୍ରକ : ଭଦ୍ରକ ଜିଲ୍ଲାରେ ପୁଣି କୋଇଲା ମାଫିଆ ସକ୍ରିୟ ହେଲେଣି । କିଛି ଦିନ ବ୍ୟବଧାନ ପରେ ଏବେ ପୁଣି ଖୁଲମଖୁଲା ଚାଲାଣ ହେଉଛି ଚୋରା କୋଇଲା । ଏପଟେ ପୋଲିସର ଇଙ୍ଗିତରେ ପୁଣି କୋଇଲା ବେପାର ଆରମ୍ଭ ହୋଇଛି । STF ଙ୍କ ସୂଚନା ଅନୁଯାୟୀ ଧୁସୁରି ଥାନା ପୁଲିସ ଏକ ଟ୍ରକକୁ ଥାନାରେ ଅଟକ ରଖିଛି । OD04-L / 7551 ନଂ ଥିବା ଦଶ ଚକିଆ ଟ୍ରକରେ କୋଇଲା ବୋଝେଇ ହୋଇ ବଜାର ପାଖରେ ଛିଡା ହୋଇଥିବା ବେଳେ ପୁଲିସ ଏହି ଗାଡ଼ିରେ ଥିବା ୬ ଶହ କୋଇଲା ବ୍ୟାଗ (30 ଟନ) ଜବତ କରିଛି । ଏହି ଗାଡିର ଡ୍ରାଇଭର ଓ ହେଲ୍ପର ଉଭୟ(ବିହାର) ଅଞ୍ଚଳର । ସେମାନଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାକୁ ନେଇ ଧୂସୁରି ଥାନାରେ ଏକ ମାମଲା( ନଂ 153/21) ରୁଜୁ କରିଛି ପୋଲିସ । ପରେ ସଂପୃକ୍ତ ଗାଡିର ମାଲିକ ତିହିଡି ଅଞ୍ଚଳର ଭଗବାନ ଦାଶ (ବାୟା)କୁ ଭଦ୍ରକ ଏସପି ଚରଣ ସିଂହ ମିନାଙ୍କ ନିର୍ଦ୍ଦେଶରେ ଗିରଫ କରିଛି ପୋଲିସ ।

Leave A Reply

Your email address will not be published.