ଶୁକ୍ରବାର ରାଶିଫଳ ( ୩୦-୦୭-୨୦୨୧ )

ମେଷ:ସମସ୍ୟା ସୁଧାରିବାରେ ସକ୍ଷମ ହେବେ। ଅତିଥିଙ୍କ ଆଗମନ ହୋଇପାରେ। ଚାକିରିରେ ଚଳଚଞ୍ଚଳ ରହିବେ। ଶିଳ୍ପ ଓ ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା
ବୃଷ:ବିଭିନ୍ନ ଉପାୟରେ ଆୟ ହେବ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ପ୍ରଶାସନିକ ଉଚ୍ଚସମ୍ମାନ ପ୍ରାପ୍ତି ହେବ। ବାଣିଜ୍ୟରେ ପୁଞ୍ଜିନିବେଶ କରି ସୁଫଳ ପାଇବେ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-ନୀଳ
ମିଥୁନ:କାର୍ଯ୍ୟ ସିଦ୍ଧି ସହ ମାନସମ୍ମାନ ବୃଦ୍ଧି ପାଇବ। ଚାକିରିରେ ଦାୟିତ୍ବବୋଧ ପାଇଁ ସମ୍ମାନ ପାଇବେ। ଶିଳ୍ପ ଓ ବାଣିଜ୍ୟରେ ସଞ୍ଚୟ ହେବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ
କର୍କଟ:କର୍ମକ୍ଷେତ୍ରରେ ମନ୍ଥରତା ରହିବ। ମହିଳାମାନେ ଉଦାସ ରହିବେ। ଚାକିରିରେ ଅବହେଳା ରହିବ। ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା
ସିଂହ:ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହେବେ। ଚାକିରିରେ ଅପଦସ୍ତ ହୋଇପାରନ୍ତି। ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ବାଣିଜ୍ୟରେ କ୍ଷତି ହୋଇପାରେ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ
କନ୍ୟା:ଦିନଟି ଉତ୍ସାହଜନକ ରହିବ। ଚାକିରିରେ ପ୍ରଶଂସା ପାଇବେ। ମହିଳାମାନେ ଖୁସିରେ ରହିବେ। ବାଣିଜ୍ୟରେ ନୂତନତା ଆସିବ।
ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍
ତୁଳା:ଦୃଢ ମନୋବଳ ଦ୍ବାରା କାର୍ଯ୍ୟ ହାସଲ କରିବେ। ସାଂସାରିକ ଉନ୍ନତି କରିବେ। ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍
ବିଛା:କର୍ମକ୍ଷେତ୍ରରେ ଠକାମିରେ ପଡିପାରନ୍ତି। ଚାକିରିରେ କାର୍ଯ୍ୟଭାର ରହିବ। ରାଜନୀତିରେ ଲୋକପ୍ରିୟତା ହ୍ରାସ ପାଇବ। ବାଣିଜ୍ୟରେ ମାନ୍ଦା ରହିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍
ଧନୁ:କୌଣସି କାର୍ଯ୍ୟକୁ ନେଇ ଉତ୍ତେଜନାରେ ରହିବେ। ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ସହ ମନାନ୍ତର ହେବ। ବାଣିଜ୍ୟ ଚିନ୍ତାଜନକ ରହିବ।
ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି
ମକର:ନିଜର ସାମର୍ଥ୍ୟ ଅନୁଯାୟୀ ଉନ୍ନତି କରିବେ। ରାଜନୀତିରେ ନେତୃତ୍ୱ ବୃଦ୍ଧି ପାଇବ। କଳା,ବିଜ୍ଞାନ ଓ ବାଣିଜ୍ୟରେ ସଫଳତା ପାଇବେ।
ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା
କୁମ୍ଭ:ଅର୍ଥଚିନ୍ତା ଓ କାର୍ଯ୍ୟ ବିଳମ୍ବ ଦେଖାଦେବ। ସମସ୍ୟା ରହିବ। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ । ବାଣିଜ୍ୟ ପ୍ରତିକୂଳ ରହିବ।
ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ
ମୀନ:ଦିନଟିରେ ହସଖୁସିର ଆସର ଜମିପାରେ।ଚାକିରିରେ ସହଯୋଗ ମିଳିବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍