ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଲିସକୁ ଅରୁଚିକର ଟିପ୍ପଣୀ ନେଇ କେଜ୍ରିଓ୍ଵାଲଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ୩୦ ପୂର୍ବତନ ଆଇପିଏସ ଅଫିସର

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ। ଏହି ଅଭିଯୋଗ ସମଗ୍ର ଦେଶର ୩୦ ପୂର୍ବତନ ଅଇପିଏସ ଅଫିସରଙ୍କ ପକ୍ଷରୁ କରାଯାଇଛି। ଅବସରପ୍ରାପ୍ତ ଏହି ଆଇପିଏସ ଅଫିସର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଗୁଜରାଟ ଗସ୍ତ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦେଶର ପୋଲିସଙ୍କ ମନୋବଳ ଦୁର୍ବଳ କରିବା ଉଦ୍ଦେଶ୍ୟରେ ପୁଲିସ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି।

ଏହି ମାମଲା ଗୁଜରାଟରେ ଘଟିଛି। କେଜ୍ରିଓ୍ଵାଲ ଭୋଜନ ପାଇଁ ଓଟୋରେ ବାହାରିଥିଲେ। ହେଲେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ କର୍ମଚାରୀ ଓଟୋକୁ ଅଟକାଇ କ୍ରେଜିଓ୍ଵାଲଙ୍କୁ ଓଟୋରେ ନଯିବାକୁ କହିଥିଲେ। ଏହାକୁ ନେଇ କେଜ୍ରିଓ୍ଵାଲ ଏବଂ ପୁଲିସ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଉକ୍ତ ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା।

ଅଭିଯୋଗ ହୋଇଛି ଯେ, ଏହି ସମୟରେ କେଜ୍ରିଓ୍ଵାଲ ପୋଲିସ ବିରୋଧରେ କିଛି ଅରୁଚିକର ଏବଂ ଅଭଦ୍ର ଟିପ୍ପଣୀ କରିଥିଲେ। ଏହି ଟିପ୍ପଣୀରେ ପୁଲିସ କର୍ମଚାରୀଙ୍କ ମନୋବଳକୁ ଆଘାତ ଲାଗିଛି। କେଜ୍ରିଓ୍ଵାଲ ଦେଶର ରାଜଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ। ପୁଲିସ୍ ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ବାଧ୍ୟ। ଏମିତିରେ କେବଳ ରାଜନୈତିକ ଫାଇଦା ଉଠାଇବା ଉଦ୍ଦେଶ୍ୟରେ କେଜ୍ରିଓ୍ଵାଲ ପୁଲିସ୍ ଅଧିକାରୀଙ୍କୁ ନିଜର କର୍ତ୍ତବ୍ୟ ପାଳନ କରିବାରେ ରୋକିବା ପୁଲିସ୍ ପାଇଁ ଅପମାନର କଥା। କେଜ୍ରିଓ୍ଵାଲଙ୍କ ଏମିତି କାର୍ଯ୍ଯ ବହୁତ ନିରାଶଜନକ ବୋଲି ଅବସରପ୍ରାପ୍ତ ଆଇପିଏସ ଅଧିକାରୀମାନେ କହିଛନ୍ତି।

ସୂଚନାଯୋଗ୍ୟ, ଗୁଜରାଟରେ ଚଳିତ ବର୍ଷ ଶେଷ ଆଡକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଗୁଜରାଟରେ ନିଜର ସାଙ୍ଗଠନିକ ମଜବୁତ କରିବା ପାଇଂ କେଜ୍ରିଓ୍ଵାଲ ଗତ ଅନେକ ମାସରେ ଗୁଜରାଟର ଅଲଗା ଅଲଗା ଜିଲ୍ଲା ଗସ୍ତ କରୁଛନ୍ତି।

Leave A Reply

Your email address will not be published.