ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବିଫଳ କଲା ସେନା, ଏନ୍‌କାଉଣ୍ଟରରେ ଟଳିଲେ ୩ ଆତଙ୍କୀ

ଶ୍ରୀନଗର : ଜମ୍ମୁ-କଶ୍ମୀରରେ ପୁଣି ଏନକାଉଣ୍ଟର। ଆଜି ସକାଳେ ଜମ୍ମୁ ଓ କଶ୍ମୀରର କୁପୱାରା ଜିଲ୍ଲାରେ ଘଟିଥିବା ଏନ୍‌କାଉଣ୍ଟର୍‌ରେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ‘ଲଶ୍କର୍‌-ଏ-ତୈବା’ର ୩ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା କଶ୍ମୀର ଜୋନ୍‌ ପୁଲିସ କହିଛି।

କୁପ୍‌ୱାରା ଜିଲ୍ଲାର ଜୁମାଗୁଣ୍ଡ ଗ୍ରାମ‌ରେ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି ବୋଲି ସୁନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ପୁଲିସ ଅଭିଯାନ ଆରମ୍ଭ କରିଥିଲା। ଅନୁପ୍ରବେଶ ଉଦ୍ୟମ କରୁଥିବା ଆତଙ୍କବାଦୀମାନଙ୍କୁ ସେନା ଓ ପୁଲିସ ବାଧା ଦେବା ହେତୁ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା ବୋଲି କଶ୍ମୀର ଜୋନ୍‌ ପୁଲିସ ଟୁଇଟ୍‌ କରି କହିଛି।

ଘଟଣାକୁ ନେଇ ଆଇଜିପି ବିଜୟ କୁମାର କହିଛନ୍ତି ଯେ, ଆତଙ୍କବାଦୀଙ୍କ ପରିଚୟ ମିଳିପାରି ନାହିଁ । ତେବେ ସେମାନେ ଅନୁପ୍ରବେଶଉଦ୍ୟମ କରୁଥିବା ବେଳେ ଏନକାଉଣ୍ଟର ହୋଇଥିଲା । ସେମାନଙ୍କଠାରୁ ବନ୍ଧୁକ, ଗ୍ରେନେଡ୍ ଆଦି ଜବତ କରାଯାଇଥିବା ଜଣାପଡିଛି ।ସୂଚନାଯୋଗ୍ୟ, ବୁଧବାର ମଧ୍ୟ ବାରାମୂଳା ସେକ୍ଟରରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ୩ ପାକିସ୍ତାନୀ ଆତଙ୍କବାଦୀ ସଫା ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଥିଲେ ।

Leave A Reply

Your email address will not be published.