ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାଟଣା ରେଞ୍ଜରେ ଭାଲୁ ଆତଙ୍କ: ଗୋଡ଼ାଇ ଗୋଡାଇ କାମୁଡିଲା ଭାଲୁ, ୩ ଗୁରୁତର

ତୁରୁମୁଙ୍ଗା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ମାତିଛି ଭାଲୁ। ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ହୋଇ ପାଟଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଫଳରେ ଗାଁରେ ଉତ୍ତେଜନା ଦେଖାଦେଇଛି। ଘଟଣା ଘଟିଛି ପାଟଣା ରେଞ୍ଜ ସାହାରପଡା ସେକ୍ସନ ଖିଲାରିପାଟ ନୂଆଗାଁ ଗ୍ରାମରେ।

ସୂଚନା ଅନୁଯାୟୀ, ଆଜି ସକାଳୁ ମହୁଲ ଫୁଲ ଗୋଟାଇବା ସମୟରେ ପ୍ରଥମେ ଜଣଙ୍କୁ ଭାଲୁ ଆକ୍ରମଣ କରିଥିଲା। ପରେ ସେହି ରାସ୍ତା ଦେଇ ସାଇକେଲରେ ଫେରୁଥିବା ସମୟରେ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲା ଭାଲୁ। ଖବର ପାଇ ଘଟଣା ସ୍ଥଳରେ ସାହାରପଡା ବନପାଳ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପାଟଣା ମେଡିକାଲକୁ ପଠାଇଛନ୍ତି। ଗୁରୁତର ହେଲେ ବଡ଼ ନୂଆଗାଁ ଗ୍ରାମର ବିରବଲ ମହାନ୍ତ,  ମଙ୍ଗୁଳୁ ବେହେରା ଏବଂ ଖିଲାରୀପାଟ ନୂଆଗାଁ ଗ୍ରାମର ରାମଚନ୍ଦ୍ର ପାଇଦା ବିରବଲଙ୍କ ପେଟ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏବେ ଗାଁ ନିକଟରେ ରକ୍ତ ମୁଖା ଭାଲୁ ବୁଲୁଥିବାରୁ ଲୋକେ ଭୟଭୀତ ଥିବା ବେଳେ ଭାଲୁକୁ ଘୋଉଡାଇବା ଦାବିରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି।

Leave A Reply

Your email address will not be published.